ବିଜେପି ବିରୋଧରେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି

1 min read

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ପୁଣି ଫେରାଦ ହେଲା ବିଜେଡି। ଧାମନଗରରେ ବିଜେପି ବିପୁଳ ଭୋଟରେ ହାରିବ ବୋଲି ଅନୁଭବ କରିସାରିଲାଣି । ଯାହାଫଳରେ ବିଜେପି  ଆଇନ ଉଲ୍ଲଂଘନ କରୁଛି ବୋଲି ବିଜେଡି ଅଭିଯୋଗ କରିଛି । ସବୁ ଗାଁରେ ଏବଂ ଓ୍ୱାର୍ଡରେ କଡ଼ା ନଜର ରଖିବାକୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି ବିଜେଡି।

ଧାମନଗରରେ ମୁକ୍ତ ଅବାଧ ନିର୍ବାଚନ କରିବାକୁ ବିଜେଡି ଚାହେଁ । ବିଜେଡିର ମହିଳା କ୍ୟାଡରଙ୍କୁ ଜାଣିଶୁଣି ଟାର୍ଗେଟ କରାଯାଉଛି । ପୂର୍ବରୁ ମିଛ ଅଭିଯୋଗ ଆଣି ଲୋକହସା ହୋଇଛି ବିଜେପି । ଏସଏଚଜି ମହିଳାଙ୍କୁ ବଦନାମ କରିବାକୁ ବିଜେପି ବିଧିବଦ୍ଧ ଷଡଯନ୍ତ୍ର କରୁଥିବା କହିଛି ବିଜେଡି । ବିଜେପି କର୍ମୀ ମୁହଁରେ ମାସ୍କ ଦେଇ ମିଛ ଭିଡିଓ କରୁଛନ୍ତି । ଏହାପରେ ବିଜେଡିର ବରିଷ୍ଠ ନାରୀ ନେତ୍ରୀଙ୍କୁ ଧମକାଉଛନ୍ତି ବୋଲି ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି ବିଜେଡି ।

https://youtu.be/oaLE72ZknEU

ତେବେ ଗତକାଲି ବିଜେପି ଆଣିଥିବା ଭାଇରାଲ ଅଡିଓ କ୍ଲିପ ବିଷୟରେ କେବଳ ସେମାନଙ୍କୁ ହିଁ ଜଣା ରହିଛି । ବୋଧହୁଏ ବିଜେପି ଆଇଟି ଓ୍ୱିଙ୍ଗ କେବଳ ମିଛ ଅଭିଯୋଗ ପାଇଁ ଏହାକୁ ତିଆରି କରିଛି ବୋଲି ବିଜେଡି ଅଭିଯୋଗ କରିଛି ।