ବିଜେପିର ମିଛ ଅଭିଯୋଗ, କର୍ମୀ କଲେ ଗୁଣ୍ଡାଗର୍ଦ୍ଦି

ଧାମନଗର: ଧାମନଗର ନିର୍ବାଚନମଣ୍ଡଳିରେ ବିଜେପି କର୍ମୀଙ୍କ ଗୁଣ୍ଡାଗର୍ଦ୍ଦି ଦେଖିବାକୁ ମିଳିଛି । ସରପଞ୍ଚ ପ୍ରତିନିଧି ଟଙ୍କା ବାଣ୍ଟୁଛନ୍ତି ବୋଲି ମିଛ ଅଭିଯୋଗ କରି ଘଟାଉଛନ୍ତି ତୁମୁଳକାଣ୍ଡ । ସରପଞ୍ଚଙ୍କ ପ୍ରତିନିଧି ବ୍ୟକ୍ତିଗତ ଟଙ୍କା ଧରି ଘରକୁ ଫେରୁଥିବା ବେଳେ ବିଜେପି କର୍ମୀ ତାଙ୍କୁ ଜୋରଜବରଦସ୍ତ ଅଟକାଇଛନ୍ତି । ଏପରିକି ପୋଲିସକୁ ମଧ୍ୟ ଅଟକ ରଖି ଦାଦାଗିରି ଦେଖାଉଛନ୍ତି ବିଜେପି କର୍ମୀ । ଏପରିକି ତାଙ୍କୁ ଆକ୍ରମଣ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ପାଞ୍ଚ ଦଶ ହଜାର ଟଙ୍କା ଯେକେହି ଧରି ଯିବା ଆସିବା କରିପାରିବ ।

ଏଭଳି ସ୍ଥଳେ ବିଜେପି କର୍ମୀ କାହିଁକି ଏଭଳି ଗୁଣ୍ଡାଗର୍ଦ୍ଦି କରୁଛନ୍ତି ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବିଜେପିର ଏହି ଗୁଣ୍ଡାଗର୍ଦ୍ଦି ହାରିବା ଭୟରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ପ୍ରଥମେ ମିଶନଶକ୍ତିର ମହିଳାଙ୍କୁ ବଦନାମ କରିବା ପାଇଁ ବିଜେପି ଉଦ୍ୟମ କରି ବିଫଳ ହେବାପରେ ଏଭଳି ପନ୍ଥା ଅବଲମ୍ବନ କରୁଛି । ଏବାବଦରେ ବିଜେଡି ପକ୍ଷରୁ ବାରମ୍ବାର ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେପି ସେତିକି ଅଧିକ ହଟଚମଟ ଚଳାଇଛି ।