ଦାଦାବଟି ଆଦାୟ ପାଇଁ ବାଧ୍ୟ କରୁଥିଲେ, ଗିରଫ ହେଲେ ଧଳସାମନ୍ତ ଗ୍ୟାଙ୍ଗର ଦୁଇ ସହଯୋଗୀ

କଟକ: କୁଖ୍ୟାତ ଅପରାଧୀ ଧଳସାମନ୍ତ ଗ୍ୟାଙ୍ଗର ଦୁଇ ସହଯୋଗୀ ଗିରଫ । ଗିରଫ କଲା କମିଶନରେଟ ପୋଲିସ । ଦାଦାବଟି ଆଦାୟ ପାଇଁ ଉଦ୍ୟମ କରୁଥିଲେ ଅଭିଯୁକ୍ତ । ଏହା ସହ ନିଜ ଗ୍ୟାଙ୍ଗରେ ସାମିଲ ପାଇଁ ଉଦ୍ୟମ ନେଇ ଲାଲବାଗ ଥାନାରେ ଅଭିଯୋଗ ହୋଇଥିଲା । ସ୍ୱତନ୍ତ୍ର ସ୍କ୍ୱାର୍ଡ ଦ୍ୱାରା ଦୁଇ ସହଯୋଗୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ସେମାନଙ୍କ ଠାରୁ ଗୋଟିଏ କାର, ଗୋଟିଏ ମୋଟର ସାଇକେଲ, ଦୁଇଟି ପିସ୍ତଲ ଓ ୬୯ଟି ଗୁଳି ସହ, ୩ଟି ମାଗାଜିନକୁ ଜବତ କରାଯାଇଛି । ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ନାମ ହେଉଛି ଡ୍ୟାନି ଏବଂ ଅନ୍ୟ ଜଣଙ୍କ ନାମ ହେଉଛି ରନିଆ । ଏହି ଦୁଇଜଣ କଟକ ବାସିନ୍ଦା । ତେବେ ଡ୍ୟାନିଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ଥିବା ବେଳେ ମୃତ୍ୟୁ ମାମଲା ମଧ୍ୟ ରହିଛି ।

ସୂଚନା ଅନୁଯାୟୀ, କଟକର ବାସିନ୍ଦା ରିଆଜ ବକ୍ସ (ପପୁ) ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁଯାୟୀ ପପୁଙ୍କୁ ଗିରଫ ଦୁଇ ଯୁବକ ଦାଦା ବଟି ଆଦାୟ ପାଇଁ ପ୍ରବର୍ତ୍ତାଉଥିଲେ । ବାଲିଘାଟରୁ ଦାଦାବଟି ଆଦାୟ କରିବା ପାଇଁ କହୁଥିଲେ ଧଳସାମନ୍ତ ଗ୍ୟାଙ୍ଗର ଦୁଇ ସହଯୋଗୀ । ଖାଲି ସେତିକି ନୁହେଁ ପପୁଙ୍କୁ ତାଙ୍କ ଗ୍ରୁପରେ ସାମିଲ ହେବା ପାଇଁ କହୁଥିଲେ । କିନ୍ତୁ ପପୁ ଏଥିରେ ଅମଙ୍ଗ ହେବାରୁ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ତାଙ୍କୁ ମାରି ଦେବା ପାଇଁ ମଧ୍ୟ ଧମକ ଦେଇଥିଲେ । ତେବେ ହୋହଲା ଶୁଣିବା ପରେ ସ୍ଥାନୀୟ ଲୋକଙ୍କ ଗହଳି ଦେଖି ସେଠାରୁ ପଳାଇଥିଲେ ଦୁଇ ଅଭିଯୁକ୍ତ । ପରେ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

Leave a Reply