ଡିଜିପିଙ୍କ ଚରମବାଣୀ, ନିର୍ବାଚନରେ ହିଂସା ସୃଷ୍ଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ନିର୍ବାଚନ ହିଂସାକୁ ବରଦାସ୍ତ କରାଯିବ ନାହିଁ । ଏଥିରେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ପରବର୍ତ୍ତୀ ୪ଟି ପର୍ଯ୍ୟାୟକୁ ବିଶେଷ ଗୁରୁତ୍ୱ ଦିଆଯିବ । ପଞ୍ଚାୟତ ନିର୍ବାଚନରେ ଗୋଟିଏ ୨ଟି ସ୍ଥାନରେ ହିଂସା ଘଟିଛି । ଯେଉଁଠି ହିଂସା ଘଟିଛି ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ତଦନ୍ତ କରି ଗିରଫ କରିବା ସହ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ବଳକା ୪ଟି ପର୍ଯ୍ୟାୟ ନିର୍ବାଚନକୁ ସୁରୁଖୁରରେ କରିବା ପାଇଁ ପ୍ରୟାସ ଜାରି ରହିଛି । ପୋଲିସ ପ୍ରଶାସନ ପ୍ରସ୍ତୁତି ରହିଛି । ତେବେ ନିର୍ବାଚନରେ ଭାଗ ନେବା ପାଇଁ ଲୋକେ ସ୍ୱଇଚ୍ଛାରେ ଭୋଟ ଦେବାକୁ ଆସୁଛନ୍ତି ।

DGP Warns Violence On Panchaya Elections

ଏପରିକି ମାଓ ପ୍ରବଣ ଅଞ୍ଚଳରେ ମଧ୍ୟ ନିର୍ବାଚନ ସୁରୁଖୁରୁରେ ସମ୍ପର୍ଣ୍ଣ ହୋଇଥିବା ପୋଲିସ ଡିଜି ସୁନୀଲ ବଂଶଲ ପ୍ରତିକ୍ରିୟା ଦେଇଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି । ଆୟୋଜିତ ବୈଠକରେ ମୁଖ୍ୟ ଶାସନ ସଚିବ, ଗୃହ ବିଭାଗ ପ୍ରମୁଖ ମୁଖ୍ୟ ସଚିବ ଉପସ୍ଥିତ ରହିଥିଲେ ।

ରାଜ୍ୟରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ମତଦାନ ସରିଛି । ଶୁକ୍ରବାର ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ହେବ । ରାଜ୍ୟର ୧୮୬ଟି ଜିଲ୍ଲା ପରିଷଦ ଜୋନ ଓ ୧୫୧୪ ପଞ୍ଚାୟତରେ ଭୋଟଗ୍ରହଣ ହେବ । ୨୦ ହଜାର ୪୩୬ଟି ୱାର୍ଡମେମ୍ବର ଆସନ ପାଇଁ ହେବ ଭୋଟ୍ ଗ୍ରହଣ । ଏଥିପାଇଁ ପ୍ରସ୍ତୁତ ହୋଇଛି ବୁଥ୍ । ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ସକାଳ ୭ରୁ ଦିନ ୧ଟା ପର୍ଯ୍ୟନ୍ତ ମତଦାନ ହେବ । ସମ୍ବେଦନଶୀଳ ବୁଥରେ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଭୋଟରମାନେ ୪ଟି ଭିନ୍ନ ଭିନ୍ନ ରଙ୍ଗର ବାଲଟ ପେପରରେ ଭୋଟ୍ ଦେବେ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ୍ ଗଣତି ହେବ ।

Leave a Reply