ସଂଘରୋଧ ନିୟମ ଭାଙ୍ଗିଲେ ହେବ କଠୋର କାର୍ଯ୍ୟାନୁଷ୍ଠାନ: ଡିଜିପି

1 min read

ଭୁବନେଶ୍ୱର: ଲକଡାଉନ୍ ଲାଗି ରହିଥିବା ବେଳେ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ । କିନ୍ତୁ, କ୍ୱାରେଣ୍ଟାଇନ୍ ସେଣ୍ଟରରେ ସେମାନେ ନିୟମ ଭାଙ୍ଗୁଥିବା ଦେଖାଯଉଛି । କେତେବେଳେ କ୍ୱାରେଣ୍ଟାଇନ ସେଣ୍ଟରରୁ ଖସି ପଳାଉଛନ୍ତି ତ କେବେ ଦିଆଯାଇଥିବା ଖାଦ୍ୟକୁ ଫିଙ୍ଗୁଛନ୍ତି । କ୍ୱାରେଣ୍ଟାଇନରେ ଥିବା ଅମାନିଆ ଏଭଳି ଆଚରଣକୁ ବରଦାସ୍ କରାଯିବନି । ନିୟମ ଭାଙ୍ଗିଲେ କଠୋର କାର୍ଯ୍ୟାନୁଷ୍ଠାନ ବୋଲି ପୋଲିସ ଡିଜି ଅଭୟ ଟ୍ୱିଟ୍ କରିଛନ୍ତି ।

କ୍ୱାରେଣ୍ଟାଇନରେ ଥିବା ପ୍ରବାସୀ ନିୟମ ଉଲ୍ଲଂଘନ କଲେ ସହ୍ୟ କରାଯିବନାହିଁ । ସହୃଦୟତାର ସହ ସେମାନଙ୍କୁ ଆମେ ଦେଉଥିବା ସୁବିଧା, ସୁଯୋଗକୁ ଅପବ୍ୟବହାର କରନ୍ତୁନି । ଯଦି, କେହି ବିଶୃଙ୍ଖଳିତ ଆଚରଣ କରେ ତାକୁ କଠୋର ଭାବ ଦମନ କରାଯିବ ବୋଲି ଜିଡି କଡ଼ା ଚେତାବନୀ ଦେଇଛନ୍ତି । ଏଥିସହ କ୍ୱାରେଣ୍ଟାଇନ୍ ନିୟମ ପାଳନ ପାଇଁ ଅପିଲ୍ କରିଛନ୍ତି ଅଭୟ ।

କ୍ୱାରେଣ୍ଟାଇନ ଭଙ୍ଗକାରୀ ଅମାନିଆଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚେତାବନୀ

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବାସ ଫେରନ୍ତା ଅମାନିଆଙ୍କୁ ତାଗିଦ୍ କରିଥିଲେ । ସମସ୍ତଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ କହିବା ସହ କ୍ୱାରେଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।

 

Leave a Reply