spot_img

Latest Posts

ମାଓ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ସେତେଟା ପ୍ରଭାବ ନାହିଁ । ଛତିଶଗଡ଼ରୁ ଆସି ଏଠାରେ ଅନେକ ସମୟରେ ହିଂସା ସୃଷ୍ଟି କରୁଛନ୍ତି । ଏଣିକି ମାଓ ଗତିବିଧି ଉପରେ ନଜର ରଖିବ ଡ୍ରୋନ୍ । ୬ଟି ଡ୍ରୋନ ଦ୍ବାରା ମାଓବାଦୀଙ୍କ ଉପରେ ନଜର ରଖାଯିବ । ହିଂସା ଛାଡ଼ି ମୁଖ୍ୟସ୍ରୋତକୁ ଫେରି ଆସିବାକୁ ଅପିଲ କଲେ ଡିଜିପି।

ଆଜି ରାଜ୍ୟ ପୋଲିସ ମହାନିର୍ଦେଶକ ସୁନୀଲ ବଂଶଲ କନ୍ଧମାଳ ଗସ୍ତ କରି ମାଓ ଗତିବିଧି ନେଇ ସମୀକ୍ଷା କରିଛନ୍ତି । ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣଆଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ସିଆରପିଏଫ କମାଣ୍ଡର ସଞ୍ଜୀବ କୁମାର, ବିଏସଏଫ ଆଇଜି ଦୀନେଶ କୁମାର ଶର୍ମା ପ୍ରମୁଖ କନ୍ଧମାଳ ଗସ୍ତରେ ଯାଇ ପ୍ରଥମେ କନ୍ଧମାଳ ଜିଲ୍ଲାର ମାଓବାଦୀ ପ୍ରଭାବିତ ଭଣ୍ଡରଙ୍ଗୀ ଗ୍ରାମ ଠାରେ ଥିବା CRPF କ୍ୟାମ୍ପରେ ଯବାନଙ୍କ ସହ ଆଲୋଚନା କରିଥିଲେ।

ସେଠାରୁ ହେଲିକପ୍ଟର ଯୋଗେ ଫୁଲବାଣୀ ଯାଇ ରିଜର୍ଭ ପୋଲିସ ପଡ଼ିଆରେ BSF ଟ୍ୟାଗ କ୍ୟାମ୍ପକୁ ଉଦଘାଟନ କରିଥିଲେ। ପରେ ଫୁଲବାଣୀ ସ୍ଥିତ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ଯାଇ ସେଠାରେ ଜିଲ୍ଲାର ମାଓବାଦୀ ଏବଂ ନକ୍ସଲ ସମସ୍ୟା ଉପରେ ସମୀକ୍ଷା କରିଥିଲେ ଡିଜିପି। ବୈଠକରେ କନ୍ଧମାଳ ଏସପି ଶୁଭେନ୍ଦୁ କୁମାର, ବାଲିଗୁଡ଼ା ଏସଡିପିଓ ଏବଂ ଆଣ୍ଟି ନକ୍ସଲ ସେଲର ଅଧିକାରୀମାନେ ଉପସ୍ଥିତ ଥିଲେ ।

Latest Posts

Don't Miss