କୋରାପୁଟରେ ଆଇନଶୃଙ୍ଖଳା ସମୀକ୍ଷା କଲେ ଡିଜିପି

ଜୟପୁର: କୋରାପୁଟରେ ଆଇନଶୃଙ୍ଖଳା ସ୍ଥିତି ନିୟନ୍ତ୍ରଣାଧୀନ ଅଛି । ନକ୍ସଲ ଗତିବିଧି ଉପରେ ରଖାଯାଇଛି କଡ଼ା ନଜର । ଆଜି କୋରାପୁଟ ଗସ୍ତରେ ଯାଇଥିବା ପୋଲିସ ଡିଜି ସୁନୀଲ ବଂଶଲ ଆଇନଶୃଙ୍ଖଳା ଓ ନକ୍ସନ କାର୍ଯ୍ୟକଳାପ ନେଇ ସମୀକ୍ଷା କରିବା ପରେ ଏମିତି କହିଛନ୍ତି ।

କୋରାପୁଟ ବିଏସଏଫ ସେକ୍ଟର ପଡ଼ିଆରେ ଡିଜି ଅବତରଣ କରିବା ପରେ ଓଏସଏପି ତୃତୀୟ ବାଟାଲିଅନ ପରିଦର୍ଶନ କରିଥିଲେ । ପରେ ଏସଓଜି ଓ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ । କୋରାପୁଟରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜିଙ୍କ କାର୍ଯ୍ୟାଳୟରେ ଆଇନଶୃଙ୍ଖଳା ସ୍ଥିତିର ସମୀକ୍ଷା କରିଥିଲେ ଡିଜିପି ବଂଶଲ।

ଗତ ପଞ୍ଚାୟତ ନିର୍ବାଚନ ଭଳି ଆସନ୍ତା 24 ତାରିଖ ପୌର ନିର୍ବାଚନ କିଭଳି ସୁରୁଖୁରୁରେ ହେବ ସେ ନେଇ ପୋଲିସ ଡିଜି ସମୀକ୍ଷା କରିଛନ୍ତି । କୋରାପୁଟରୁ ଡିଜିପି ବଂଶଲ ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମ ରହିଛି ।