spot_img

Latest Posts

ନବ ଦାସ ହତ୍ୟା ମାମଲା; ତଦନ୍ତ ନସରିବା ଯାଏଁ କିଛି କହିହେବନି

ଭୁବନେଶ୍ୱର: ନବକିଶୋର ଦାସ ହତ୍ୟା ମାମଲାରେ ଝାରସୁଗୁଡ଼ାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିବା କହିଛନ୍ତି ଡିଜିପି ସୁନୀଲ ବଂଶଲ । ହତ୍ୟାକାଣ୍ଡର ପ୍ରଥମ ଦିନରୁ ହିଁ ତଦନ୍ତ ଜୋରଦାର ହେଉଛି । ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଛି।

ଏକ ପ୍ରେସମିଟରେ ଡିଜିପି ସୁନୀଲ ବଂଶଲ କହିଛନ୍ତି ଯେ, ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ତଦାରଖରେ ଚାଲିଛି ତଦନ୍ତ। ଏୟାରପୋର୍ଟ ଥାନା ପାଇଖାନା ଟାଙ୍କିରୁ କାଗଜ ମିଳିଛି । ଯାହାର ଫରେନସିକ ଯାଞ୍ଚ ପାଇଁ ପଠାଯାଇଛି। ଅଭିଯୁକ୍ତକୁ ଚାକିରିରୁ ଡିସମିସ୍ କରାଯାଇଛି। ସେହି ସମୟରେ ଦାୟିତ୍ୱରେ ଥିବା ସମସ୍ତଙ୍କୁ ବଦଳି କରାଯାଇଛି। ପିଏସଓଙ୍କୁ ମଧ୍ୟ ସସପେଣ୍ଡ କରାଯାଇଛି।

ତେବେ ଭଗବାନଙ୍କୁ ଛାଡ଼ି କେତେବେଳେ କ’ଣ ହେବ ତାହା କେହି ଜାଣନ୍ତିନି। ଅତି ସ୍ୱଚ୍ଛତାର ସହିତ ତଦନ୍ତ ଚାଲିଛି  । ସବିଶେଷ ତଥ୍ୟ ଆସିବାକୁ ସମୟ ଲାଗିବ। ପରୀକ୍ଷା ପାଇଁ CFSLର ସହାୟତା ନିଆଯାଇଛି। ତଦନ୍ତ ଶେଷ ନହେଲା ଯାଏ କୌଣସି ନିଷ୍ପତ୍ତିରେ ପହଞ୍ଚି ହେବନି ବୋଲି କହିଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ ।

Latest Posts

Don't Miss