ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ମୃତ୍ୟୁ ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ

1 min read
DGP Directs Crime Branch To Investigate Malkangiri Collector PA Death Case

ଭୁବନେଶ୍ୱର: ବହୁଚର୍ଚ୍ଚିତ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣଙ୍କ ମୃତ୍ୟୁ ଘଟଣା । କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ମାଲକାନଗିରି ଥାନା କେସ ନମ୍ବର ୪୦୧, ତାରିଖ ୧୩-୧୧-୨୦୨୦ରେ ରୁଜୁ ହୋଇଥିବା ମାମଲାର ତଦନ୍ତ ଭାର ଗ୍ରହଣ କରିବ କ୍ରାଇମବ୍ରାଞ୍ଚ । ଏଥିରେ ଆଇପିସି ଧାରା ୩୦୨/୫୦୬/୨୦୧/୨୦୪/୧୨୦ବି/୩୧ ଲାଗିଛି ।

୨୦୧୯ ମସିହା ଡିସେମ୍ବର ୨୭ରେ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟାଣ ନିଖୋଜ ହୋଇ ଯାଇଥିଲେ । ତା’ପରଦିନ ୨୮ ତାରିଖରେ ସତୀଗୁଡ଼ା ଡ୍ୟାମ ନିକଟରୁ ଦେବ ନାରାୟାଣଙ୍କ ବାଇକ୍, ହେଲମେଟ୍ ମିଳିଥିଲା । ଡିସେମ୍ବର ୨୮ରେ ମାଲକାନଗିରି ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ସତୀଗୁଡ଼ା ଡ୍ୟାମରୁ ମିଳିଥିଲା ଦେବ ନାରାୟଣଙ୍କ ମୃତଦେହ । ମୃତଦେହ ଉଦ୍ଧାର ପରେ ପରିବାର ଲୋକ ଦେବ ନାରାୟଣ ପଣ୍ଡାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ ।

DGP Directs Crime Branch To Investigate Malkangiri Collector PA Death Case
FILE

ପୋଲିସ ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ଦେବ ନାରାୟଣଙ୍କ ପରିବାର ମାଲକାନଗିରି ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ମାଲକାନଗିରି ଥାନା ପୋଲିସ ୨୦୨୦ ମସିହା ନଭେମ୍ବର ୧୩ରେ ଜିଲ୍ଲାପାଳଙ୍କ ସହ ୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କରିଥିଲା । ଏବେ ଏହି ମାମଲାର ତଦନ୍ତଭାର କ୍ରାଇମବ୍ରାଞ୍ଚ କରିବାକୁ ପୋଲିସ ଡିଜି ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ- ପିଏ ମୃତ୍ୟୁ ମାମଲା, ଜିଲ୍ଲାପାଳଙ୍କ ସହ ୪ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ

Leave a Reply