ଜୋରଦାର ହେବ ମାଓ ଅପରେସନ୍

1 min read

କୋରାପୁଟ: ଜୋରଦାର ହେବ ମାଓ ଅପରେସନ୍ । ତ୍ରାହି ପାହିବେନି ଘଞ୍ଚ ଜଙ୍ଗଲରେ ବାରମ୍ବାର ସ୍ଥାନ ବଦଳାଉଥିବା ମାଓବାଦୀ । ଏଣିକି ଛକି ଛକି ଲାଲବାହିନୀକୁ ଚକମା ଦେବେ ସୁରକ୍ଷାବାହିନୀ । କୋରାପୁଟରେ ପ୍ରତିଷ୍ଠା ହୋଇଛି ସ୍ପେଶାଲ୍ ଅପରେସନ୍ ଗ୍ରୁପ୍ (SOG)ର ସବସିଡାରୀ ହବ୍ ।

SOG KORAPUTଏହି ଏସଓଜି ହବର ଯବାନମାନଙ୍କୁ ମାଓ ମୁକାବିଲା ପାଇଁ ଉନ୍ନତ ଧରଣର ତାଲିମ ପ୍ରଦାନ କରାଯାଇଛି । ଏମାନେ ଓଡ଼ିଶା ପୋଲିସ, ବିଏସଏଫ୍, ସିଆରପିଏଫ୍, କୋବ୍ରା ଓ ଗ୍ରେହାଉଣ୍ଡ ବାହିନୀ ସହଯୋଗରେ ମାଓ ବିରୋଧୀ ଅପରେସନ୍ କରିବେ ।

ଏହାକୁ ଜାତୀୟ ସ୍ତରର ଟ୍ରେନିଂ ପ୍ରତିଷ୍ଠାନ ଭାବେ ଗଢ଼ି ତୋଳିବାକୁ ପ୍ରୟାସ କରାଯିବ ବୋଲି ଡିଜିପି ବିଜୟ ଶର୍ମା କହିଛନ୍ତି । ଏଥିସହ ଅନ୍ୟ ରାଜ୍ୟର ପୋଲିସ ଓ ଅନ୍ୟ ଫୋର୍ସ କିଭଳି ଏହାର ଫାଇଦା ପାଇବେ ସେ ଉପରେ ଗୁରୁତ୍ୱ ଦିଆଯାଇଛି ।

SOG KORAPUT

(SOG)ର ସବସିଡାରୀ ହବକୁ ପୋଲିସ ଡିଜି ବି.କେ. ଶର୍ମା ଉଦଘାଟନ କରିଛନ୍ତି । ଏହି ଅବସରରେ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଇଜି ଅପରେସନ୍ ଅମିତାଭ ଠାକୁର, ଆଇଜି ବିଏସଏଫ ହରମିନ୍ଦର ପାଲ, ଆଇଜି ସିଆରପିଏଫ ଏସ.କେ ମହାନ୍ତି, କୋରାପୁଟ ଏସପି ପ୍ରମୁଖ ଉପସ୍ଥିତ ଥିଲେ । ')}

Leave a Reply