ଜାନୁଆରୀ ୩୧ ପର୍ଯ୍ୟନ୍ତ ବିଦେଶ ଯାତ୍ରା ବନ୍ଦ

1 min read

ନୂଆଦିଲ୍ଲୀ: ସାରା ବିଶ୍ୱରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଓମିକ୍ରନ୍ ଆତଙ୍କ । ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଓମିକ୍ରନ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ଖେଳାଇଛି । ଓମିକ୍ରନ୍ ଆତଙ୍କ ମଧ୍ୟରେ ଯଦି ଆପଣ ବିଦେଶ ଯାତ୍ରା ପାଇଁ ଯୋଜନା କରୁଛନ୍ତି ତେବେ ଜାନୁଆରୀ ୩୧ ପର୍ଯ୍ୟନ୍ତ ଏହା ସମ୍ଭବ ହୋଇ ପାରିବ ନାହିଁ । କାହିଁକି ନା ଓମିକ୍ରନ୍ ଆତଙ୍କ ଫଳରେ ୩୧ ଜାନୁଆରୀ ପର୍ଯ୍ୟନ୍ତ ବିଦେଶ ଗସ୍ତ ଉପରେ ରୋକ ଲଗାଇଛି ଡିଜିସିଏ । ଡାଏରେକ୍ଟର ଜେନେରାଲ ଅଫ୍ ସିଭିଲ ଏଭିଏସନ ଗୁରୁବାର ଏନେଇ ସୂଚନା ଦେଇଛି ।

ଟ୍ୱିଟ୍ କରି ଡିଜିସିଏ କହିଛି କି ସମସ୍ତ ନିର୍ଦ୍ଧାରିତ ଅନ୍ତର୍ଜାତୀୟ ବିମାନ ଉପରେ ୩୧ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଯାଇଛି । ତେବେ ଏହି ଟ୍ୱିଟରେ ଡିଜିସିଏ ଦର୍ଶାଇଛି ଯେ ଏହି ପ୍ରତିବନ୍ଧକ ସମସ୍ତ କାର୍ଗୋ-ବିମାନ ଏବଂ ସ୍ୱତନ୍ତ୍ର ଅନୁମୋଦିତ ବିମାନ ପାଇଁ ନୁହେଁ । ଡିଜିସିଏ କହିଛି କି କୋଭିଡ-୧୯ର ଭୟାବହତାକୁ ଦୃଷ୍ଟିରେ ରଖି ୨୬ ନଭେମ୍ବର ୨୦୨୧ରେ ଜାରି ହୋଇଥିବା ସର୍କୁଲାରରେ କିଛି ପରିବର୍ତ୍ତନ କରାଯାଇଛି ।

ଭାରତରେ ମଧ୍ୟ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି । ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ୍ ଚିହ୍ନଟ ହେବା ପରେ ଡିଜିସିଏ ବିଦେଶ ଗସ୍ତ ଉପରେ ରୋକ ଲଗାଇଛି । କରୋନାର ନୂଆ ଭାରିଆଣ୍ଟକୁ ନେଇ କହୁଯାଉଛି କି ଏହି ଭାରିଆଣ୍ଟ ଦୁଇ ଡୋଜ୍ ଟିକା ନେଇଥିଲେ ମଧ୍ୟ ଲୋକମାନେ ଏହି ଭାରିଆଣ୍ଟରେ ଆକ୍ରାନ୍ତ ହେଉଛନ୍ତି । ଏହା ପୂର୍ବରୁ ୧୫ ନଭେମ୍ବରରେ ବିମାନ ମନ୍ତ୍ରଣାଳୟ କହିଥିଲା କି ୧୫ ଡିସେମ୍ବରରୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ହେବ । କିନ୍ତୁ ଏବେ ଭାରତରେ ଓମିକ୍ରନ ଚିହ୍ନଟ ହେବା ପରେ ବିମାନ ମନ୍ତ୍ରଣାଳୟ ଏପରି ନିଷ୍ପତି ନେଇଛି ।

Leave a Reply