ଶ୍ରୀମନ୍ଦିର ଚାରି ଦ୍ୱାର ଖୋଲିବା ନେଇ ଡିଜିପିଙ୍କ ପ୍ରତିକ୍ରିୟା

ନନ୍ଦିଘୋଷ ବ୍ୟୁରୋ: ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲିବା ନେଇ ପ୍ରତିକ୍ରିୟା ରଖିଛନ୍ତି ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ରଥଯାତ୍ରା ପ୍ରସ୍ତୁତି ପାଇଁ ଓଡିଶା ପୋଲିସ ପକ୍ଷରୁ ଦୁଇଟି ବୈଠକରେ ମୁଖ୍ଯମନ୍ତ୍ରୀ ଆଲୋଚନା କରିଛନ୍ତି । ପୁରୀରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୁତୟନ ହୋଇଛନ୍ତି । ଗତ କିଛିଦିନ ଧରି ଚାରି ଦ୍ୱାର ଖୋଲିବା ପରେ କିଛି ସମସ୍ୟା ଉପୁଜିଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଉଭୟ ମନ୍ଦିର ଭିତର ଏବଂ ବାହାରେ ପୋଲିସ ବ୍ୟବସ୍ଥା କରାଯାଇଛି । ଚାରିଦିନ ରଜ ଛୁଟି ପଡ଼ିଯିବାରୁ ଭିଡ଼ ଦେଖିବାକୁ ମିଳିଥିଲା । ଚାରିଦ୍ୱାର ଖୋଲିବା ପରର ଭିଡ଼କୁ ଆଖି ଆଗରେ ରଖି ପ୍ରବେଶ ଓ ପ୍ରସ୍ଥାନ ପାଇଁ ବ୍ୟବସ୍ଥା କରାଯାଇଛି । ଶ୍ରୀମନ୍ଦିରରେ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ପୁଲିସ ଫୋର୍ସ ମୃତ୍ୟୟନ କରାଯାଇଛି । ଏଡିଜି ଲ’ ଆଣ୍ଡ ଅର୍ଡର ସଞ୍ଜୟ କୁମାର, ଗୁଇନ୍ଦା ନିର୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ସେଣ୍ଟ୍ରାଲ ଆଇଜି ପୂରା ଘଟଣାର ତର୍ଜମା କରିଛନ୍ତି । ଜଗନ୍ନାଥଙ୍କ ଦର୍ଶନକୁ ନେଇ ପୁରୀ ଯାଉଥିବା ଲୋକମାନେ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଡିଜିପି ।