ପୋଲିସ ଡିଜିଙ୍କ ପ୍ରେସମିଟ୍: ଚଳିତ ବର୍ଷ ୧ହଜାର ୫୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ

1 min read

ଭୁବନେଶ୍ୱର: ରାଜ୍ୟରେ ନିଶା କାରବାର ରୋକିବାକୁ ପୋଲିସର ବ୍ୟାପକ ପଦକ୍ଷେପ । ଚଳିତ ବର୍ଷ ୧ହଜାର ୫୪ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଥିବା ପୋଲିସ ଡିଜି ଅଭୟ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି । ଏବର୍ଷ କୋରାପୁଟ ଜିଲ୍ଲାରେ ସର୍ବାଧିକ ଗଞ୍ଜେଇ ଜବତ ହୋଇଛି । ଡ୍ରଗ୍ସ ଚୋରାଚାଲାଣ ନେଇ ଗତକାଲି ୫ ପଡ଼ୋଶୀ ରାଜ୍ୟ ଡିଜିପିଙ୍କ ସହ ଆଲୋଚନା ହୋଇଛି । ସମସ୍ତେ ସମସ୍ତଙ୍କ ସହ ତଥ୍ୟ ଆଦାନ ପ୍ରଦାନ ପାଇଁ ରାଜି ହୋଇଛନ୍ତି । ସବୁ ରାଜ୍ୟ ଜଣେ ଜଣେ ନୋଡାଲ୍ ଅଫିସରଙ୍କୁ କୋଅର୍ଡିନେଟର୍ ଭାବେ ନିଯୁକ୍ତ କରିବାକୁ ସହମତି ପ୍ରକାଶ ପାଇଛି । ସାଟେଲାଇଟ୍ ମ୍ୟାପିଂ ପ୍ରସଙ୍ଗରେ ବିଭିନ୍ନ କେନ୍ଦ୍ରୀୟ ଏଜେନ୍‌ସି ସହିତ ରାଜ୍ୟ ପୋଲିସ ବିଭାଗ ଯୋଗସୂତ୍ର ରକ୍ଷା କରୁଛନ୍ତି ।  ତିନୋଟି ଦିଗ ଉପରେ ପୋଲିସ ଗୁରୁତ୍ବ ଦେଇଛି । ଆର୍ଥିକ କାରବାର, ସଂଗଠିତ ଅପରାଧ ଓ ଷଡ଼ଯନ୍ତ୍ର ସୂତ୍ରଧରଙ୍କୁ ଧରି ତଦନ୍ତ ପ୍ରକ୍ରିୟାକୁ ତ୍ୱରିତ କରିବା ଉପରେ ଡିଜିପି ଗୁରୁତ୍ୱ ଦେଇଛନ୍ତି । ଗଞ୍ଜେଇ ଚାଷ ବନ୍ଦ ପାଇଁ ନୂଆ ରଣନୀତିରେ କାମ ହେଉଛି । ଗୁଇନ୍ଦା ସଫଳତା ଯୋଗୁଁ ଅଧିକ ଗଞ୍ଜେଇ ଜବତ ହୋଇଛି । NCBର ସହାୟତା ମିଳିଲେ ରଣନୀତି ସଫଳ ହେବ ବୋଲି ପୋଲିସ ଡିଜି କହିଛନ୍ତି ।

Leave a Reply