ମାଓ ଗତିବିଧି ଓ ମାଓ ବିରୋଧି ଅପରେସନ ସହ ଆଇନ ଶୃଙ୍ଖଳା ସମ୍ପର୍କରେ ସମୀକ୍ଷା କରିବେ ଡିଜି ଅଭୟ

କୋରାପୁଟ: ଆଜି କୋରାପୁଟ ଗସ୍ତରେ ପୋଲିସ ଡି ଜି ଅଭୟ  । ମାଓ ଗତିବିଧି ଓ ମାଓ ବିରୋଧି ଅପରେସନ ସହ ଆଇନ ଶୃଙ୍ଖଳା ସମ୍ପର୍କରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି  । ଏହାସହ ପୋଲିସ ରିଜର୍ଭ  କାର୍ଯ୍ୟାଳୟର ନୂତନ କୋଠା ଉଦଘାଟନ କରିବେ ଡିଜି ଅଭୟ । ଏହି ବୈଠକରେ ଦକ୍ଷିଣ ପଶ୍ଚିମାଚଳ ରେଞ୍ଜର ୬ଟି ଜିଲ୍ଲାର ଏସପି ମାନେ ଯୋଗ ଦେବେ । ଡିଜିଙ୍କ ସହ ଗୋଇନ୍ଦା ନିର୍ଦ୍ଦେଶକ, ଅତିରିକ୍ତ ଡିଜି ଯଶୋବନ୍ତ ଜେଠୱା ମଧ୍ୟ ଯିବାର କାର୍ଯ୍ୟକ୍ରମ ରହିଛି  । ଏନେଇ କୋରାପୁଟ ଏସପି ବରୁଣ ଗୁଣ୍ଟୁପଲ୍ଲି ସୂଚନା ଦେଇଛନ୍ତି ।

ମାଓ ମୁକ୍ତ କରବାକୁ ଚାଲିଛି ସରକାରଙ୍କ ପ୍ରୟାସ । କୋରାପୁଟର ବିଭିନ୍ନ ସ୍ଥାନରୁ ମାଓ ସାମଗ୍ରୀ ମିଳୁଥିବାରୁ ଆହୁରି କିଭଳି ସତର୍କ ହୋଇ କାର୍ଯ୍ୟ କରାଯାଇ ପାରିବ ସେନେଇ ସମୀକ୍ଷା କରିବେ ଡିଜି ଅଭୟ । ମାଓ ମୁକ୍ତ କରବାକୁ କିଭଳି ରଣ କୌସଳ ପ୍ରସ୍ତୁତ ହେବ ସେନେଇ ସମୀକ୍ଷା ବୈଠକରେ ଯୋଜନା ପ୍ରସ୍ତୁତ ହୋଇପାରେ । ତେଣୁ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ସମସ୍ତ ପ୍ରସ୍ତୁତି ସରିଛି ।

Leave a Reply