ହାର୍ଡକୋର ହାଇଦର ପାଇଁ ହାଇଆଲର୍ଟ: ଡିଜି ଅଭୟଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ

1 min read

ଭୁବନେଶ୍ୱର: କୁଆଡ଼େ ଗଲା ହାର୍ଡକୋର ହାଇଦର । ଏସ୍‌ସିବି ମେଡିକାଲରୁ ଫେରାର ହୋଇଯାଇଥିବା ଗ୍ୟାଙ୍ଗଷ୍ଟର ହାଇଦରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୋଲିସ । ଘଟଣାରେ ପୋଲିସ ଡିଜି ଅଭୟ କରିଛନ୍ତି ଉଚ୍ଚସ୍ତରୀୟ ବୈଠକ । ବୈଠକରେ କ୍ରାଇମବ୍ରାଞ୍ଚ ଏଡିଜି ଯଶଓ୍ୱନ୍ତ ସିଂ ଜେଠଓ୍ବା ସାମିଲ । ସେହିପରି ରାଜ୍ୟ ବାହାରକୁ ଯାଉଥିବା ଟ୍ରେନ୍‌ରେ ତଲାସି ସହ ବିମାନ ବନ୍ଦରରେ ଚେକିଂ କରାଯାଇଛି । ସେହିପରି ସୀମାନ୍ତରେ ଥିବା ଫାଟକରେ ଜାରି କରାଯାଇଛି ହାଇଆଲର୍ଟ । ଏନେଇ କମିଶନରେଟ ପୋଲିaସ ପକ୍ଷରୁ ସୂଚନା ଦିଆଯାଇଛି । ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ପରେ କଟକ ସହରର ସମସ୍ତ ସୀମାକୁ ସିଲ୍ କରାଯାଇଛି । ବିଭିନ୍ନ ସ୍ଥାନରେ ନାକାବନ୍ଦୀ କରି ଗାଡ଼ି ଯାଞ୍ଚ କରୁଛି ପୋଲିସ । ହାଇଦରର ବିଭିନ୍ନ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରିଛି । କଟକ ଡିସିପିଙ୍କ ସମେତ ୩ ଏସପିଙ୍କ ନେତୃତ୍ୱରେ ଜାରି ରହିଛି ଚଢ଼ାଉ । ହାଇଦର ଅସୁସ୍ଥ ଥିବାରୁ ତାକୁ କଟକ ଏସସିବିର ସର୍ଜରୀ ବିଭାଗରେ ଭର୍ତ୍ତି କରାଯାଇଥିଲା । ୧୨ ଦିନ ତଳେ ମେଡିକାଲରେ ଭର୍ତ୍ତି ହୋଇଥିଲା ହାଇଦର । ଖଣି ବ୍ୟବସାୟୀ ରଶ୍ମୀରଞ୍ଜନ ମହାପାତ୍ରଙ୍କୁ ଅପହରଣ ଓ ହତ୍ୟା ଏବଂ ସୁଲେମାନ ହତ୍ୟା ମାମଲାରେ ସମ୍ବଲପୁର ଜେଲରେ ସଜା କାଟୁଥିଲା ହାଇଦର । ଅସୁସ୍ଥ ହେବାରୁ ତାକୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ଏସ୍‌ସିବିକୁ ରେଫର ହୋଇଆସିଥିଲା । ଏଠାରୁ ସେ ଫେରାର ମାରିଛି ।

ଏଥିସହିତ ପଢ଼ନ୍ତୁ: ହାଇଦର ଫେରାର୍ ପଛରେ ପରିବାର ! କଟକ ସହ ସଂଲଗ୍ନ ଜିଲ୍ଲାରେ ପୋଲିସର ରେଡ୍

 

Leave a Reply