ଡିଏମଏଫ କାର୍ଯ୍ୟକାରିତାର ସମୀକ୍ଷା

ଭୁବନେଶ୍ବର: ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି (ଡିଏମ୍‌ଏଫ୍‌)ର କାର୍ଯ୍ୟକାରିତା ସମ୍ପର୍କରେ ତଦାରଖ ଓ ସମୀକ୍ଷା ବୈଠକ ରାଜ୍ୟସ୍ତରୀୟ କମିଟି ଦ୍ୱାରା ସୋମବାର ଅପରାହ୍ନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ଡିଏମ୍ଏଫ୍ପାଣ୍ଠି ଦ୍ୱାରା ଯେପରି ଖଣିଜ ଅଂଚଳର ଲୋକେ ଅଧିକ ଉପକୃତ ହେବେ, ମୁଖ୍ୟ ଶାସନ ସଚିବ ସେଥିପ୍ରତି ଗୁରୁତ୍ୱ ଦେଇଥିଲେ ପାନୀୟଜଳ, ଅଙ୍ଗନୱାଡିକେନ୍ଦ୍ର, ଜୀବିକାର୍ଜନ କାର୍ଯ୍ୟକ୍ରମ, ଭିତ୍ତିଭୂମି ବିକାଶ ପ୍ରକଳ୍ପ ଆଦିଗୁଡ଼ିକ ଉପରେ ଗୁରୁତ୍ୱ ଦେଇଛନ୍ତି ଡିଏମଏଫ୍ ପାଣ୍ଠିରେ ସଂପୃକ୍ତ ଅଂଚଳରେ ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ପଞ୍ଚାୟତ ସଡ଼କଗୁଡିକୁ ଭଲ ଭାବରେ କରାଯାଇପାରିବ, ସେ ସଂପର୍କରେ ଗୁରୁତ୍ୱାରୋପ କରାଯାଇଥିଲା ଫସଲ ଅମଳ ପରବର୍ତ୍ତୀ ସଂରକ୍ଷଣ ଏବଂ  “ମା ଗୃହ” ପ୍ରକଳ୍ପ ଉପରେ  ସେ ଗୁରୁତ୍ୱ ଦେଇଛନ୍ତି   ପାଣ୍ଠି ପ୍ରଦାନ ଓ ଖର୍ଚ୍ଚ ସଂବନ୍ଧୀୟ ତଥ୍ୟ ଓ ପ୍ରକଳ୍ପ ପରିଚାଳନା ତଥ୍ୟକୁ ସଠିକ ରଖି  ଯୋଜନା ଅନୁମୋଦନ ମୁତାବକ କାର୍ଯ୍ୟକରି ଖର୍ଚ୍ଚ ବୃଦ୍ଧି କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି ଜଳସେଚନ ଉତ୍ସର ସୁବିଧା ନିଆଯାଇ ସଂପୃକ୍ତ ଅଂଚଳରେ ଜଳସେଚନ ସୁବିଧା ପ୍ରକଳ୍ପକୁ ଗୁରୁତ୍ୱ ଦେଇଛନ୍ତି  ଅନୁଗୋଳ, ଯାଜପୁର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଆଦିରେ  ପ୍ରମୁଖ ଡିଏମ୍ଏଫ୍ଜିଲ୍ଲାଗୁଡିକୁ ଓଏଏସ୍ ଏବଂ  ଓଡ଼ିଶା ଅର୍ଥସେବା ବା ଓଟିଏସ୍ରୁ ଅଧିକାରୀମାନେ ନିୟୋଜିତ କରିବାକୁ ପରାମର୍ଶ ଦେଇଛନ୍ତି । ସଂପୃକ୍ତ ସଚିବ ଓ ଜିଲ୍ଲାପାଳମାନଙ୍କ ଉପସ୍ଥିତିରେ ଆଗାମୀ ସେପ୍ଟେମ୍ବର ୨ୟ ସପ୍ତାହରେ ଡିଏମ୍ଏଫ୍  ଏବଂ ଓମ୍ବାଡସି ଅଂଚଳର ବିକାଶ ପାଇଁ ବ୍ୟାପକ ଯୋଜନା ସଂପର୍କରେ ସ୍ୱତନ୍ତ୍ର ବୈଠକରେ  ଆଲୋଚନା କରିବାକୁ ସେ କହିଥିଲେ ଜିଲ୍ଲାଗୁଡ଼ିକର ଡିଏମ୍ସ୍ପାଣ୍ଠି ଉପଯୋଗର ଅଡିଟ୍ରିପୋର୍ଟ ଓ ବାର୍ଷିକ ରିପୋର୍ଟ ପ୍ରଦାନ ପାଇଁ ଗୁରୁତ୍ୱାରୋପ କରାଯାଇଥିଲା

          ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ,  ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକସଂପର୍କ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ , ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍, ଯୋଜନା ଓ ସଂଯୋଜନ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମାଙ୍କ ସମେତ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ