ଶ୍ରୀମନ୍ଦିରରେ ଛାଡ଼ ପାଇବେନି ଭକ୍ତ କି ସେବାୟତ, ଗଣିବେ ତଣ୍ଡ

ପୁରୀ: ସରିଲା ଛତିଶା ନିଯୋଗ ବୈଠକ । ପଲିଥିନ୍‌ ମୁକ୍ତ ହେବ ଶ୍ରୀମନ୍ଦିର ପରିସର । ବୈଠକରେ ନିଷ୍ପତ୍ତି ଏଥର ଗୁଟଖା ଖାଇଲେ ଭକ୍ତ ଓ ସେବାୟତ ଗଣିବେ ୫୦୦ ଟଙ୍କା । ଏପ୍ରିଲ ୧ରୁ ଲାଗିବ ଫାଇନ୍‌, କଡ଼ାକଡ଼ି ହେବ ନିୟମ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଛତିଶା ନିଯୋଗ ବୈଠକ ଶେଷ ହୋଇଛି । ଶ୍ରୀମନ୍ଦିରକୁ କରାଯିବ ପ୍ଲାଷ୍ଟିକ ମୁକ୍ତ । ପଲିଥିନ ନେଇ ବିକଳ୍ପ ବ୍ୟବସ୍ଥା କରିବ ଶ୍ରୀମନ୍ଦିର ପ୍ରଶାସନ । ସେହିପରି ପାନ ଗୁଟଖା ପାଇଁ କଡ଼ାକଡ଼ି ହେବ କଟକଣା । ପାନ ଖାଇଲେ ଉଭୟ ଭକ୍ତ ଓ ସେବାୟତ ଗଣିବେ ୫ ଶହ ଫାଇନ । ଏଥିପାଇଁ ସଚେତନ କରାଯିବ ।

Image result for shreemandir

ଏପ୍ରିଲ ୧ରୁ ରହିବ ଫାଇନ ବ୍ୟବସ୍ଥା । ପଲିଥିନ ପାଇଁ ମଧ୍ୟ ଫାଇନ ରହିବ । ଅନ୍ୟପଟେ ଭୋଗ ମଣ୍ଡପ ବିଳମ୍ବ ପାଇଁ ବୈଠକରେ ଉଦବେଗ ପ୍ରକାଶ ପାଇଛି । ଦିନ ୧୨ଟା ସୁଦ୍ଧା ସାରିବାକୁ ଦାବି କରିଛି ଛତିଶା ନିଯୋଗ । ତେବେ ଏନେଇ ନିଯୋଗ ସହ ଆଲୋଚନା ହେବ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ବୈଠକରେ ଆଗାମୀ ୮ ଓ ୯ ରେ ହେବାକୁ ଥିବା ମେଣ୍ଢା ପୋଡି ଓ ଦୋଳ ପୂର୍ଣ୍ଣିମୀର ନୀତି ନିର୍ଘଣ୍ଟ କରାଯାଇଛି । ରାତି ୩ଟାରେ ଦ୍ଵାରଫିଟା ହୋଇ ସମସ୍ତ ନୀତି ସମ୍ପାଦନ କରାଯିବ । ସେହିଭଳି ଦୋଳ ପୂର୍ଣ୍ଣିମୀରେ ଦିନ ୧୨ଟା ୩୦ରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ବିମାନକୁ ବିଜେ କରି ବେଢ଼ା ପରିକ୍ରମା କରାଯିବ । ପରେ ୧୨ଟା ୫୦ରେ ମହାପ୍ରଭୁ ଦୋଳବେଦୀକୁ ବିଜେ କରିବେ । ସେଠାରେ ସମସ୍ତ ନୀତିକାନ୍ତି ସାରି ରାତି ୮ଟା ୩୦ରେ ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡ଼ିବେ । ପୂର୍ବବର୍ଷ ଭଳି ସମୟ ଅନୁସାରେ ନୀତିକାନ୍ତି ସାରିବାକୁ ସେବାୟତ ପ୍ରତିଶ୍ରୁତି ଦେଇଛନ୍ତି ।

Leave a Reply