୨ ବର୍ଷ ପରେ ରଥଯାତ୍ରାରେ ସାମିଲ ହେବେ ଭକ୍ତ

ପୁରୀ: ଆସନ୍ତା ଜୁଲାଇ ୧ରେ ମହାପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା । ରଥ ଯାତ୍ରାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜି ପ୍ରସ୍ତୁତି ବୈଠକ ବସିଥିଲା । ଏହି ବୈଠକ ଶେଷ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ । ୨ ବର୍ଷ ପରେ ଘୋଷଯାତ୍ରାରେ ସାମିଲ ହେବେ ଭକ୍ତ । କୋଭିଡ ପରିସ୍ଥିତି ନଥିଲେ ବହୁ ପରିମାଣର ଭକ୍ତ ବଡ଼ଦାଣ୍ଡରେ ଭିଡ଼ କରିବେ । ଏନେଇ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ଅଧିକ ଭକ୍ତ ଆସିବାର ସମ୍ଭାବନା ଥିବାରୁ ସେହି ଅନୁସାରେ ବ୍ୟବସ୍ଥା କରାଯିବ ବୋଲି ବୈଠକ ପରେ ଜିଲ୍ଲାପାଳ କହିଛନ୍ତି । ଦୁଇଟି ପ୍ଲାନ କରାଯାଇଛି । କୋଭିଡ ପରିସ୍ଥିତି ଗମ୍ଭୀର ହେଲେ ବ୍ୟବସ୍ଥାରେ ପରିବର୍ତ୍ତନ କରାଯିବ । ସେଥିପାଇଁ ସମସ୍ତ ବିଭାଗ ନିଜ ଆକ୍ସନ ପ୍ଲାନ ପ୍ରାଦନ କରିଛନ୍ତି । ଆବଶ୍ୟକ ପଡିଲେ ୪/୫ ଦିନ ପରେ ପୁଣି ବସିପାରେ ବୈଠକ । ରଥଯାତ୍ରା ସମୟରେ ଆନୁଷଙ୍ଗିକ ସୁବିଧା ସୁଯୋଗ କିଭଳି ଭକ୍ତ ପାଇବେ ସେନେଇ ଆଲୋଚନା କରାଯାଇଛି ।