ଗୁଜୁରାଟ ଭକ୍ତ ମହାପ୍ରଭୁଙ୍କୁ କଲେ ୭୫ ଲକ୍ଷ ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ଦାନ

ପୁରୀ: ମହାପ୍ରଭୁଙ୍କୁ ସ୍ବର୍ଣ୍ଣାଳଙ୍କାର ଦାନ କଲେ ଗୁଜୁରାଟର ଜଣେ ଭକ୍ତ । ଦୈନନ୍ଦିନ ବେଶରେ ଲାଗୁଥିବା ଦୁଇଟି ସୂବର୍ଣ୍ଣ ଚିତା ବା ତିଳକ ଶ୍ରୀମନ୍ଦିର ପ୍ରଶାସନକୁ ଦାନ କରିଛନ୍ତି ଗୁଜୁରାଟ ଅହମ୍ମଦାବାଦର ଚିରାଗ ଚିନୁଭାଇ ପଟେଲ । ଦୁଇଟି ସ୍ବର୍ଣ୍ଣ ତିଳକର ଓଜନ ଏକ କେଜି ୭୫ ଗ୍ରାମ । ଯାହାର ମୂଲ୍ୟ ୭୫ ଲକ୍ଷ ଟଙ୍କା ହେବ ।

ଏଥିସହିତ ଶ୍ରୀମନ୍ଦିର ଭିତରେ ନାରାୟଣ, ସାକ୍ଷୀଗୋପାଳଙ୍କ ପାଇଁ ଏକ ଲକ୍ଷ ଟଙ୍କା ମୂଲ୍ଯର ତିନୋଟି ରୂପାମୁକୁଟ ଦାନ କରିଛନ୍ତି ଚିରାଗ । ଏହି ଅଳଙ୍କାର ଗୁଜୁରାଟର ସ୍ୱତନ୍ତ୍ର ବଣିଆଙ୍କ ଦ୍ୱାରା ଶ୍ରୀମନ୍ଦିର ପ୍ରଶାସନର ମାପ ଅନୁଯାୟୀ ୨୪ କ୍ୟାରଟ୍ ସୁନାରେ ନିର୍ମାଣ ହୋଇଛି  ।