ପୁରୀ ରଥଯାତ୍ରା: ମାଉସୀ ମା’ ଘର ଅଭିମୁଖେ ଗଡ଼ିଲା ବଡ଼ଭାଇ ବଳଭଦ୍ର ଓ ଭଉଣୀ ଶୁଭଦ୍ରାଙ୍କ ରଥ

ପୁରୀ: ଆରମ୍ଭ ହେଲା ରଥଟଣା । ପ୍ରଥମେ ବଡ଼ଭାଇ ବଡ଼ଠାକୁର ବଳଭଦ୍ରଙ୍କ ତାଳଦ୍ୱଜ ରଥ ବଡ଼ ଦାଣ୍ଡରେ ଗଡ଼ିଛି । ଏହାପରେ ସୁନା ଭଉଣୀ ମାଆ ଶୁଭଦ୍ରାଙ୍କ ଦେବଦଳନ ରଥ ଟଣାହୋଇଛି । ଶେଷରେ କଳାଠାକୁର ପ୍ରଭୁ ଜଗନ୍ନାଥଙ୍କ ରଥଟଣା ହେବ । ଲକ୍ଷ ଲକ୍ଷ ଲୋକଙ୍କ ଗହଣରେ ଗଡ଼ିଚାଲିଛି ଦୁଇରଥ । ଉତ୍ସାହର ରଥ ଟାଣି ନେଉଛନ୍ତି ଶ୍ରାଦ୍ଧାଳୁ । ମାଉସୀ ମାଆ ଘର ଅଭିମୁଖେ ରଥରେ ବସି ଯାତ୍ରା ଆରମ୍ଭ କରିଛନ୍ତି ବଡ଼ଭାଇ ବଳଭଦ୍ର ଓ ଶୁଭଦ୍ରା ।

ଆଉ କିଛି ସମୟ ପରେ ନଟନାଗର କଳାଠାକୁରଙ୍କ ଯାତ୍ରା ଆରମ୍ଭ ହେବ । ବଡ଼ଦାଣ୍ଡରରେ ଲକ୍ଷଲକ୍ଷ ଲୋକ ତିନିଠାକୁରଙ୍କ ଟିକିଏ ଝଲକ ପାଇ ତୃପ୍ତ ଅନୁଭବ କରିଛନ୍ତି । ବର୍ଷକ ପରେ ପ୍ରଭୁ ନିଜେ ଭକ୍ତଙ୍କୁ ଦେଖାଦେବାକୁ ଲୋକଙ୍କ ଗହଣକୁ ଆସିଛନ୍ତି । ରତ୍ନବେଦୀ ଛାଡ଼ି ମାଉସୀ ମା ଅଭିମୁଖେ ଯାତ୍ରା କରୁଛନ୍ତି ଚତୁର୍ଦ୍ଧାମୂରତୀ । ଏହାପୂର୍ବରୁ ପହଣ୍ଡି ହୋଇ ରଥାରୂଢ ହୋଇଥିଲେ ଚତୁର୍ଦ୍ଧାମୂରତୀ । ଛେରାପହଁରା ନୀତି ସରିବା ପରେ ଏବେ ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଭକ୍ତ ଓ ଭଗବାନ ଆଜି ବଡ଼ଦାଣ୍ଡରେ ଏକାକାର ।