୯ ମାସ ପରେ ଖୋଲୁଛି ଶ୍ରୀମନ୍ଦିର, ବଢ଼ୁଛି ଭକ୍ତଙ୍କ ଉତ୍କଣ୍ଠା

Devotee Waits To See Lord Jagannath On Shri Mandir

ପୁରୀ: ମେଣ୍ଟିବ ମନର ତୃଷ୍ଣା । ଦୀର୍ଘ ୯ ମାସ ପରେ ମହାବାହୁଙ୍କୁ ଆଖି ପୂରାଇ ଦେଖିବ ଶ୍ରଦ୍ଧାଳୁ । ମହାମାରୀ କରୋନା ଲାଗି ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ଥିବା ପୁରୀ ଶ୍ରୀମନ୍ଦିର ଆସନ୍ତା ୨୩ରୁ ଖୋଲିବାକୁ ଯାଉଛି । କୋଭିଡ୍ କଟକଣା ମଧ୍ୟରେ ଜଗନ୍ନାଥଙ୍କ ଦର୍ଶନ କରିବେ ଭକ୍ତ । ସିଂହଦ୍ୱାରରୁ ବାଇଶି ପାହାଚ ଓ ମନ୍ଦିରର ଚାରି ବେଢ଼ା ପୁଣି ବୁଲିପାରିବେ ଭକ୍ତ । ପ୍ରଥମ ପର୍ଯ୍ୟାୟରେ ଡିସେମ୍ବରୁ ୨୩ ତାରିଖରୁ ୩୧ ତାରିଖ ସନ୍ଧ୍ୟା ୫ଟା ଯାଏଁ ସେବାୟତ ଓ ପୁରୀବାସୀ ଶ୍ରୀଜୀଉଙ୍କ ଦର୍ଶନ ସୁବିଧା ପାଇବେ । ନୂଆବର୍ଷ ଜାନୁଆରୀ ୧ ଓ ୨ ତାରିଖରେ ସର୍ବସାଧାରଣଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର ।

Devotee Waits To See Lord Jagannath On Shri Mandir

ତେବେ, ଆପଣ କେମିତି ଶ୍ରୀମନ୍ଦିର ଭିତରକୁ ଯାଇ ଜଗନ୍ନାଥଙ୍କ ଦର୍ଶନ କରିବେ । ଏଥିପାଇଁ କଣ ରହିଛି ବ୍ୟବସ୍ଥା ଆସନ୍ତୁ ଜାଣିବା…

  • ୨୩ ତାରିଖରୁ ୨୪ ଯାଏଁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ସେବାୟତ ଓ ତାଙ୍କ ପରିବାର
  • ୨୫ ତାରିଖରୁ ୩୧ ତାରିଖ ସନ୍ଧ୍ୟା ୫ଟା ଯାଏଁ ପୁରୀବାସୀଙ୍କ ଲାଗି ଖୋଲ ରହିବ ଶ୍ରୀମନ୍ଦିର
  • ପୁରୀ ପୌରପରିଷଦରେ ଥିବା ୩୩ଟି ୱାର୍ଡରେ ଦର୍ଶନ ପାଇଁ ଟୋକନ୍ ବାଣ୍ଟିବ ପ୍ରଶାସନ
  • ୱାର୍ଡ ଅନୁସାରେ ଶ୍ରଦ୍ଧାଳୁଙ୍କ ମିଳିବ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ସୁବିଧା
  • ବଡ଼ ଦାଣ୍ଡ ମାର୍କେଟ ଛକ ଦେଇ ମରଚିକୋଟ ଛକ ଆସିବାକୁ ପଡ଼ିବ
  • ମରଚିକୋଟ ଛକରେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ବ୍ୟାରିକେଡ୍ କରାଯାଇଛି
  • ମନ୍ଦିର କାର୍ଯ୍ୟାଳୟ ନିକଟରେ ହୋଇଛି ସ୍ୱତନ୍ତ୍ର ବ୍ୟାରିକେଡ୍ ବ୍ୟବସ୍ଥା
  • ସମସ୍ତେ ପିନ୍ଧିବେ ମାସ୍କ, ବଜାୟ ରଖିବେ ସାମାଜିକ ଦୂରତା
  • ସିଂହଦ୍ୱାରରେ ପ୍ରବେଶ, ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ
  • ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ହାତ ସାନିଟାଇଜ୍ କରିବେ
  • ୩ରୁ ସର୍ବସାଧାରଣଙ୍କ ଲାଗି ଖୋଲିବ ପୁରୀ ଶ୍ରୀମନ୍ଦିର
  • କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଲେ ମିଳିବ ପ୍ରବେଶ ଲାଗି ଅନୁମତି
  • ଦୈନିକ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ୫ ହଜାର ଭକ୍ତ

Leave a Reply