ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଦେବୀନାସୀ

କୋଣାର୍କ: ଆରମ୍ଭ ହୋଇଛି ପର୍ଯ୍ୟଟନ ଋତୁ। ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ପୁରୀ ଅସ୍ତରଙ୍ଗର ଦେବୀନାସୀର ପ୍ରାକୃତିକ ସୌନ୍ଦର୍ଯ୍ୟ। ବୋଟିଂ ସାଙ୍ଗକୁ ନାଲି କଙ୍କଡା ଓ ହେନ୍ତାଳ ବଣରେ ଭଳିକି ଭଳି ଦେଶ ବିଦେଶର ପକ୍ଷୀ ମାନଙ୍କ ସମାଗମର ଦୃଶ୍ୟ ଲୋକଙ୍କୁ କରୁଛି ଆକର୍ଷିତ। ଅସ୍ତରଙ୍ଗ ଠାରୁ ମାତ୍ର ୧୦ କିଲୋମିଟର ଦୂରରେ ଅବସ୍ଥିତ ଗଙ୍ଗାଦେବୀ ନିକଟରେ ଅବସ୍ଥିତ ଏହି ପର୍ଯ୍ୟଟନ ସ୍ଥଳୀରେ ବଢୁଛି ପର୍ଯ୍ୟଟକଙ୍କ ସଂଖ୍ୟା । ଅସ୍ତରଙ୍ଗ ପିରଯାହାନିଆରେ ବି ପର୍ଯ୍ୟଟକ ମାନେ ପିର ବାବାଙ୍କୁ ଦର୍ଶନ କରିବା ବଣ ଭୋଜିର ମଜା ଉଠାଉଛନ୍ତି।

ହେନ୍ତାଳ ବଣର ସବୁଜିମାକୁ ମନୋଭରି ଉପଭୋଗ କରୁଛନ୍ତି ପର୍ଯ୍ୟଟକ । ବନ ବିଭାଗ ଦ୍ଵାରା ୫ କୋଟି ଟଙ୍କା ବ୍ୟୟରେ ଅସ୍ତରଙ୍ଗ ଗଙ୍ଗା ଦେବୀ ଠାରେ ଇକୋ କ୍ୟାମ୍ପ ପର୍ଯ୍ୟଟକ ମାନଙ୍କ ରହଣି ନିମନ୍ତେ ନିର୍ମାଣ ହୋଇଛି। ଏହା ଖୁବଶୀଘ୍ର ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବ । ପର୍ଯ୍ୟଟକ ମାନେ ଏଠାରେ ରାତ୍ରି ରହଣିର ମଜା ନେବା ସହିତ ପ୍ରକୃତିକ ସୌନ୍ଦର୍ଯ୍ୟର ମଜା ନେଇ ପାରିବେ ବୋଲି ପୁରୀ ବନଖଣ୍ଡ ଅଧିକାରୀ କହିଛନ୍ତି।