ଓ୍ବାର୍ଣ୍ଣର ଖେଳିବେନି ଭାରତ ବିପକ୍ଷ ଟି-୨୦ ସିରିଜ୍

1 min read

ନୂଆଦିଲ୍ଲୀ: ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଭାରତ- ଅଷ୍ଟ୍ରେଲିଆ ଟି-୨୦ ସିରିଜ୍ ।  ସୂର୍ଯ୍ୟକୁମାର ଯାଜବଙ୍କ ଅଧିନାୟକତ୍ବରେ ଦଳ କଙ୍ଗାରୁ ଦଳକୁ ଭେଟିବାକୁ ଥିବାବେଳେ ଭାରତୀୟ ପ୍ରଂଶସକଙ୍କ ପାଇଁ ଏକ ଖୁସି ଖବର । ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ଣ୍ଣର ନିଜ ନାମକୁ ପ୍ରତ୍ୟାହାର କରିଛନ୍ତି । ୩୭ ବର୍ଷୀୟ ଓ୍ବାର୍ଣ୍ଣର ଏହି ସିରିଜ ପାଇଁ ଦଳରେ ସ୍ଥାନ ପାଇଥିବାବେଳେ ସେ ସ୍ବେଦଶ ଫେରି ଯାଇଛନ୍ତି । ଚଳିତ ବିଶ୍ବକପରେ ୫୦୦ରୁ ଅଧିକ ସ୍କୋର କରିବା ସହ ଦମଦାର ଫର୍ମରେ ରହିଥିଲେ । ଏଣୁ ଟି-୨୦ରେ ମହଙ୍ଗା ସାବ୍ୟସ୍ତ ହୋଇଥାନ୍ତେ ବୋଲି ଚର୍ଚ୍ଚା ହେଉଥିଲା । ଟିମ ଇଣ୍ଡିଆର ସିନିୟର ଖେଳାଳିମାନେ ମଧ୍ୟ ଏହି ସିରିଜରେ ନଜର ଆସିବେନି । ବିରାଟ, ରୋହିତଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦେଇଛି ବିସିସିଆଇ ।  ସେପଟେ ପାକିସ୍ତାନ ବିପକ୍ଷରେ ଡିସେମ୍ବର-ଜାନୁୟାରରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ ଖେଳିବେ । ଏହା ତାଙ୍କର ଶେଷ ଟେଷ୍ଟ ସିରିଜ ହେବ । ଏହାପରେ ଟେଷ୍ଟ କ୍ରିକେଟରୁ ଓ୍ବାର୍ଣ୍ଣର ଅବସର ଘୋଷଣା କରିବେ ।