ଏପ୍ରିଲ ୧୯ରେ ବିଜେଡି ସଭାପତି ନିର୍ବାଚନ : ନିର୍ବାଚନ ନହେଲେ ସେହିଦିନ ସଭାପତି ଘୋଷଣା ହେବ

ନନ୍ଦିଘୋଷ ବ୍ୟୁରୋ: ଏପ୍ରିଲ ୧୯ରେ ବିଜେଡି ସଭାପତି ନିର୍ବାଚନ । ନିର୍ବାଚନ ନହେଲେ ସେହିଦିନ ସଭାପତି ଘୋଷଣା ହେବ । ସେପଟେ ସାଙ୍ଗଠନିକ ନିର୍ବାଚନ ଆଗେଇ ଚାଲିଛି । ସାତଟି ପର୍ଯ୍ୟାୟରୁ ଅଧିକାଂଶ ସରିଲାଣି । ୧୬ ଜିଲ୍ଲା ସଭାପତି ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ବାକି କାଲି କରାଯିବ ବୋଲି କହିଛନ୍ତି ବିଜେଡି ସମନ୍ୱୟ କମିଟି ଅଧ୍ଯକ୍ଷ ଦେବୀ ମିଶ୍ର । ତାପରେ କାର୍ଯ୍ୟାକାରିଣୀ କମିଟି ଓ ସଦସ୍ୟ ନିର୍ବାଚିତ ହେବେ । ବିଜୁ ପଟ୍ଟନାୟକ ତିରୋଧାନ ଦିବସରେ ନାମାଙ୍କନ ଦାଖଲ ସରିବ । ଏହା ପରେ ଏପ୍ରିଲ ୧୯ରେ ରାଜ୍ୟ ସଭାପତି ନିର୍ବାଚନ ହେବ । ନାମାଙ୍କନ ଦାଖଲ ନ ହେଲେ କାର୍ଯ୍ୟକାରିଣୀରେ ଏସଆରଓ ପ୍ରତାପ ଦେବ ସଭାପତିଙ୍କ ନାଁ ଘୋଷଣା କରିବେ ।