ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଦେବେନ୍ଦ୍ର ଫଡନବିସଙ୍କ ଇସ୍ତଫା

1 min read

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନବିସ । ଦ୍ୱିତୀୟଥର ପାଇଁ ବିଧାୟକ ଜିତିବା ସହ ବିଧାୟକ ଦଳର ନେତା ନିର୍ବାଚିତ ହୋଇଥିଲେ ମଧ୍ୟ ମହାରାଷ୍ଟ୍ରରେ ଏଯାଏଁ ସରକାର ଗଠନ ହୋଇପାରୁନି । ଶିବସେନା ନିଜ ଜିଦରେ ଅଟଳ ରହିଛି । ଏପଟେ ୫୦-୫୦ ଫର୍ମୁଲାରେ ରାଜି ହେଉନି ବିଜେପି ।

ଏଭଳି ସ୍ଥଳେ ଆଜି ରାଜଭବନ ଯାଇ ରାଜ୍ୟପାଳ ଭଗତ ସିଂହ କୋଶଓ୍ୱାରୀଙ୍କୁ ସାକ୍ଷାତ କରି ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଫଡନବିସ । ଏହାପରେ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ଗତ ୫ ବର୍ଷର କାର୍ଯ୍ୟକାଳ ସଂପର୍କରେ ସୂଚନା ଦେଇଥିଲେ । ସେ ଅଦଳ ବଦଳ ମୁଖ୍ୟମନ୍ତ୍ରୀ ଫର୍ମୁଲାରେ ରାଜି ନଥିବା କହିଛନ୍ତି । ସେପଟେ ମୁମ୍ବାଇ ମାଲାଡରେ ଥିବା ଶିବସେନା ନେତାଙ୍କ ସୁରକ୍ଷା ବଢ଼ାଇବାକୁ ମୁମ୍ବାଇ ପୋଲିସ କମିଶନରଙ୍କୁ ପାର୍ଟି ପକ୍ଷରୁ ପତ୍ର ଲେଖାଯାଇଛି । ଆସନ୍ତା ନଭେମ୍ୱର ୧୫ ତାରିଖ ପର୍ଯ୍ୟନ୍ତ ବିଧାୟକମାନେ ହୋଟେଲରେ ରହିବେ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି । ଶରଦ ପାଓ୍ୱାରଙ୍କ କହିବାକଥା କାଳ ବିଳମ୍ୱ ନକରି ଶିବସେନା ଓ ବିଜେପି ମହାରାଷ୍ଟ୍ରରେ ସରକାର ଗଠନ କରିବା ଦରକାର । ସ୍ଥାନୀୟ ଲୋକେ ତାଙ୍କୁ ବହୁମତ ଦେଇଛନ୍ତି ତେଣୁ ସେମାନେ ସରକାର ଗଠନ କରିବା ଦରକାର । ')}

Leave a Reply