spot_img

Latest Posts

ଦିନେ କରାଚି ବି ଭାରତର ଏକ ଅଂଶ ହେବ; ଏମିତି କାହିଁକି କହିଲେ ଦେବେନ୍ଦ୍ର ଫଡନାଭିସ୍

ମୁମ୍ବାଇ: ଦିନେନା ଦିନେ ଅଖଣ୍ଡ ଭାରତର ସ୍ବପ୍ନ ସାକାର ହେବ ବୋଲି କହିଛନ୍ତି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେଦ୍ର ଫଡନାଭିସ୍ । ଏମିତିକି ‘ଆମେ ଭାବୁଛୁ ଦିନେ କରାଚି ମଧ୍ୟ ଭାରତର ଏକ ଅଂଶ ହେବ’।

ମୁମ୍ବାଇର ଏକ ଘଟଣାକୁ ମନେ ପକାଇ ଫଡନାଭିସ୍ ଆହୁରି କହିଛନ୍ତି ଯେ ମୁମ୍ବାଇରେ ଏକ ମିଠା ଦୋକାନ ନାମରୁ ‘କରାଚି’ ଶବ୍ଦ ହଟାଇବାକୁ ଜଣେ ଶିବସେନା କର୍ମୀ ଦୋକାନ ମାଲିକଙ୍କୁ କହିଥିଲେ । କାହିଁକି ନା କରାଚି ପାକିସ୍ଥାନରେ ରହିଛି । ଏହାବ୍ୟତୀତ ଦୋକାନର ନାମ ’କରାଚି ସ୍ବିଇଟ୍ସ‘ ବଦଳରେ କିଛି ଭାରତୀୟ କିମ୍ବା ମରାଠୀ ନାମ ରଖିବା ଉଚିତ୍ ବୋଲି ସେ ତାଙ୍କୁ କହିଥିଲେ ।

ତେବେ ଦଳୀୟ କର୍ମୀଙ୍କ ଏଭଳି କଥାରେ ସଫେଇ ଦେଇ ପାର୍ଟି ମୁଖପାତ୍ର ସଞ୍ଜୟ ରାଉତ କହିଛନ୍ତି, “କରାଚି ସ୍ବିଇଟ୍ସ‘ ଏବଂ କରାଚି ବେକେରୀ ୬୦ ବର୍ଷ ଧରି ମୁମ୍ବାଇରେ ରହିଆସିଛି। ପାକିସ୍ତାନ ସହ ସେମାନଙ୍କର କିଛି ସମ୍ପର୍କ ନାହିଁ। ବର୍ତ୍ତମାନ ସମୟରେ ସେମାନଙ୍କୁ ନାମ ପରିବର୍ତ୍ତନ କରିବାକୁ କହିବାର କୌଣସି ଅର୍ଥ ନାହିଁ ।

ସେହିପରି ଶୁକ୍ରବାର ଦିନ ଫଡନାଭିସ୍ ’ଲଭ ଜିହାଦ’ ଉପରେ ଚିନ୍ତା ପ୍ରକଟ କରିଥିବା ସୂଚନା ମିଳିଛି । ଦେଶରେ ଲଭ ଜିହାଦ ଭଳି ମାମଲା ନଜର ଆସୁଛି । କେରଳରେ ବି ଏଭଳି ଘଟଣା ସାମ୍ନାକୁ ଆସିଛି ଏବଂ ସେଠାରେ ବିଜେପି ସରକାର ନାହିଁ । କିନ୍ତୁ ଏଭଳି ମାମଲା ପାଇଁ ଆଇନକାନୁନ ବନାଇବା ସରକାରଙ୍କ ଦାୟିତ୍ବ ବୋଲି ସେ କହିଛନ୍ତି ।

Latest Posts

Don't Miss