spot_img

Latest Posts

ଖଚରରେ ବସି ବିକାଶମୂଳକ କାର୍ଯ୍ୟର କଲେ ଅନୁଧ୍ୟାନ

ଚିତ୍ରକୋଣ୍ଡା: ଖଚରରେ ବସି ବିକାଶମୂଳକ କାର୍ଯ୍ୟର ଅନୁଧ୍ୟାନ କଲେ ପ୍ରଶାସନିକ ଅଧିକାରୀ । ମଙ୍ଗଳବାର ବିଭିନ୍ନ ଉନ୍ନୟମୂଳକ କାର୍ଯ୍ୟର ସମୀକ୍ଷା ନେଇ ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ପହଞ୍ଚିଥିଲେ ପ୍ରଶାସନିକ ଅଧିକାରୀ । ଗମନା ଗମନରେ ଅସୁବିଧା ଯୋଗୁଁ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳ ଖଚରରେ ବସି ପରିଦର୍ଶନ କରିଛନ୍ତି ଅଧିକାରୀ ।

ରାଜଲକୋଣ୍ଡା ଫାର୍ମରେ ଉନ୍ନୟନ କାର୍ଯ୍ୟ ବୁଲି ଦେଖିବା ସହିତ ଚିତ୍ରକୋଣ୍ଡାର ବଡ଼ପଡ଼ା ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି । କାଜୁଚାଷ, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଓ ଚିତ୍ରକୋଣ୍ଡା ବନାଞ୍ଚଳ ଦ୍ୱାରା କରାଯାଇଥିବା ବିଭିନ୍ନ କାର୍ଯ୍ୟ ବୁଲି ଦେଖିଛନ୍ତି ପ୍ରଶାସନିକ ଅଧିକାରୀ। ଏହାସହ ଆବାସ ଗୃହ, ଚିତ୍ରକୋଣ୍ଡା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉନ୍ନୟନମୂଳକ କାର୍ଯ୍ୟ ନେଇ ସମୀକ୍ଷା କରିଥିଲେ । ପଞ୍ଚାୟତିରାଜ ବିଭାଗ ଉପ-ସଚିବ ତ୍ରିଲୋଚନ ମହାନ୍ତି, ମାଲକାନଗିରି ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁ, ଚିତ୍ରକୋଣ୍ଡା ବିଡିଓ ରାହୁଲ ମଣ୍ଡଳ, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ଚନ୍ଦନ ଗମାଙ୍ଗ, ଚିତ୍ରକୋଣ୍ଡା ଏସଡିପିଓଙ୍କ ସମେତ ବହୁ ଅଧିକାରୀ ସ୍ୱାଭିମାନ ଅଞ୍ଚଳରେ ଉନ୍ନୟମ କାମ ବୁଲି ଦେଖିଛନ୍ତି । ଦୁର୍ଗମ ରାସ୍ତା ହୋଇଥିବାରୁ ଅଫିସରମାନେ ଖଚରରେ ବସି ଯାତ୍ରା କରିଥିଲେ ।

Latest Posts

Don't Miss