ସଜେଇ ହେଉଛି ରାଉରକେଲାର ବେଦବ୍ୟାସ

ସୁନ୍ଦରଗଡ଼ : ସଜେଇ ହେଉଛି ରାଉରକେଲା ବେଦବ୍ୟାସ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସିଦ୍ଧ ତିର୍ଥସ୍ଥାନ ଓ ପର୍ଯ୍ୟଟକ ସ୍ଥଳୀ ବେଦବ୍ୟାସର  ଉନ୍ନତି କରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଦୃତ ଗତିରେ ଜାରି ରହିଛି । ଵେଦଵ୍ୟାସ ମନ୍ଦିର ପରିସର ରଙ୍ଗୀନ ଆଲୋକ ମାଳାରେ ଝଲସୁଥିବା ଵେଳେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ ଆଗେଇ ଚାଲିଛି । ମନ୍ଦିର ପରିସରରେ ଦୁଇଟି କୃତିମ ଝରଣା ନିର୍ମାଣ କରାଯାଇଛି । ଵେଦଵ୍ୟାସ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପାଇଁ  ୧୪ କୋଟି ୫୦ ଲକ୍ଷ ଟଙ୍କା ଆର୍ଥିକ ଅନୁଦାନ ମଞ୍ଜୁର ହେବା ପରେ ଅଧିକ ଉନ୍ନତିକରଣ କାର୍ଯ୍ୟ ଆରମ୍ଭ ହୋଇଛି ।

ଵାଵା ବାଲୁଙ୍କେଶ୍ୱର ମନ୍ଦିର, ବାଵା ଚନ୍ଦ୍ରଶେଖର ମନ୍ଦିର, ହନୁମାନ ମନ୍ଦିର, ରାଧାଶ୍ୟାମ ମନ୍ଦିର, ଜଗନ୍ନାଥ ମନ୍ଦିରର ନିର୍ମାଣ ସହିତ କିର୍ତ୍ତନ ମଣ୍ଡପ, ଭକ୍ତଙ୍କ ପାଇଁ ଗୃହ, ୪ ଟି ମଣ୍ଡପ, ପ୍ରସାଦ ପ୍ରସ୍ତୁତ ଗୃହ, ବ୍ରାହ୍ମଣୀ ନଦୀ କୁଳରେ ସୌନ୍ଦର୍ଯ୍ୟ କରଣ, ବିଦ୍ୟୁତ କରଣ ସହ ବେଦବ୍ୟାସ ମନ୍ଦିର ପରିସରରେ ଅଧିବ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ ଆରମ୍ଭ ହୋଇଛି । ମନ୍ଦିରକୁ ଯିବା ରାସ୍ତାରେ  ୨୯ ମିଟର ଲମ୍ବ ଓ ୨୯ ମିଟର ଚଉଡ଼ାର ଗୋଟିଏ ଆକର୍ଷଣୀୟ ଗେଟ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଚିଛି । ବେଦବ୍ୟାସ ମନ୍ଦିରର ଉନ୍ନତି କରଣ ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ସଵୁ ମହଲରେ ସ୍ଵାଗତ କରାଯାଇଛି ।