ବକ୍ସ ଅଫିସରେ ଧୁମ୍ ମଚେଇଲା ‘ଦେବରା’: ପ୍ରଥମ ଦିନରେ ଏତିକି କଲା କଲେକ୍ସନ

1 min read

ନନ୍ଦିଘୋଷ ବ୍ୟୁରୋ: ସାଉଥ ସୁପରଷ୍ଟାର ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା ପାର୍ଟ -1′ ରିଲଜ ହୋଇସାରିଛି । ପ୍ରଥମ ଦିନରେ ବକ୍ସ ଅଫିସରେ ଧୁମ୍ ମଚେଇଛି ‘ଦେବରା’ । ଥିଏଟରରେ ସୋ’ ହାଉସଫୁଲ ହୋଇଥିବା ବେଳେ ଫିଲ୍ମଟି ଦର୍ଶକଙ୍କ ହୃଦୟକ ଛୁଇଁଛି। ଯାହାକୁ ନେଇ ସୋସିଆଲ ମିଡିଆରେ ପ୍ରତିକ୍ରିୟା ଦେଉଛନ୍ତି ୟୁଜର୍ସ ।

ରିପୋର୍ଟ ଅନୁଯାୟୀ, ‘ଦେବରା’  ପ୍ରଥମ ଦିନରେ ୭୭ କୋଟି ଟଙ୍କା ବ୍ୟବସାୟ କରିଛି। ଏହି ଚଳଚ୍ଚିତ୍ର ତେଲୁଗୁରେ ୬୮.୬ କୋଟି, ହିନ୍ଦୀରେ ୭ କୋଟି, ତାମିଲରେ ୦.୮ କୋଟି, କନ୍ନଡରେ ୩ କୋଟି ଏବଂ ମାଲାୟାଲମରେ ୩ କୋଟି ବ୍ୟବସାୟ କରିଛି। ଏହା ସହିତ ଜୁନିଅର ଏନଟିଆରରଙ୍କ ଏହି ଫିଲ୍ମ ଶାହାରୁଖ ଖାନଙ୍କ ‘ପଠାନ’, ରଣବୀର କପୁରଙ୍କ ‘ଆନିମଲ’ ଏବଂ ଆଲୁ ଅର୍ଜୁନଙ୍କ ‘ପୁଷ୍ପା’ର ପ୍ରଥମ ଦିନର ରୋଜଗାରକୁ ପଛରେ ପକାଇଛି । ବକ୍ସ ଅଫିସରେ ରେକର୍ଡ ସୃଷ୍ଟି କରିଛି ‘ଦେବରା’।

ଶାହାରୁଖ ଖାନଙ୍କ ପଠାନ ଫିଲ୍ମ ପ୍ରଥମ ଦିନରେ ୫୫ କୋଟି ବ୍ୟବସାୟ କରିଥିବା ବେଳେ ରଣବୀର କାପୁରଙ୍କ ‘ଆନିମଲ୍’ ଫିଲ୍ମ ପ୍ରଥମ ଦିନରେ ୫୦ କୋଟି ଇନକମ୍ କରିଥିଲା । ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା ପ୍ରଥମ ଦିନରେ ୫୨.୫୦ କୋଟି ବ୍ୟବସାୟ କରିଥିଲା । ଏହାସହିତ ଜୁନିଅର ଏନଟିଆରଙ୍କ ଫିଲ୍ମ ‘ଦେବରା’ ଫିଲ୍ମ ଏହି ୩ଟି ଫିଲ୍ମକୁ ପଛରେ ପକାଇ ନିଜର ରେକର୍ଡ ସୃଷ୍ଟି କରିଛି । ଚଳଚ୍ଚିତ୍ରର ଡ୍ୟାନ୍ସ ଏବଂ ଆକ୍ସନ୍ କୋରିଓଗ୍ରାଫି ବହୁତ ପ୍ରଶଂସା କରାଯାଉଛି । ଏହି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବହୁତ ପସନ୍ଦ କରାଯାଉଛି ।

‘ଦେବରା’ ଫିଲ୍ମକୁ ଦର୍ଶକ ପସନ୍ଦ କରୁଥିବା ବେଳେ ସୋସିଆଲ ମିଡିଆରେ ଅନେକ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ନିର୍ଦ୍ଦେଶକ କୋର୍ଟଲା ଶିବା ‘ଦେବରା’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଫିଲ୍ମରେ ଜୁନିଅର ଏନଟିଆର, ସୈଫ ଅଲି ଖାନ ଏବଂ ଜାହ୍ନବୀ କପୁରଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମ ସହ ପ୍ରଥମ ଥର ପାଇଁ ଜୁନିଅର ଏନଟିଆରଙ୍କ ସହ ଜାହ୍ନବୀ ଓ ସୈଫ ନଜର ଆସିଥିବା ବେଳେ ଏହି ଫିଲ୍ମ ସହ ଉଭୟ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଛନ୍ତି ।