ଦୁନିଆର ସବୁଠୁ ଶସ୍ତା ଇଲେକ୍ଟ୍ରିକ୍ ବାଇକ୍, ଦାମ୍ ମାତ୍ର ୧୯,୯୯୯ ଟଙ୍କା

1 min read

ନୂଆଦିଲ୍ଲୀ: ଶସ୍ତା ଫୋନ୍ ଶସ୍ତା ଏଲଇଡି ଟେଲିଭିଜନ ପରେ ଡେଟେଲ ଇଣ୍ଡିଆ ଇଲେକ୍ଟ୍ରିକ୍ ଟୁ-ହ୍ୱିଲର ଭାରତୀୟ ବଜାରକୁ ଛାଡ଼ିଛି । କିଲୋମିଟର ପିଛା ମାତ୍ର ୨୦ ପଇସା ଖର୍ଚ୍ଚ କରି ଯାତ୍ରା କରିହେବ ବୋଲି ଦାବି କରିଛି କମ୍ପାନୀ ।

ଏହି ଇଲେକ୍ଟ୍ରିକ୍ ଭେଇକିଲର ନାଁ ହେଉଛି Detel Easy । କମ୍ପାନୀ ଦାବି କରିଛି ଏହା ଦୁନିଆର ସବୁଠୁ ଶସ୍ତା ଇଲେକ୍ଟ୍ରିକ୍ ଟୁ-ହ୍ୱିଲର । ଏହି ଇଲେକ୍ଟ୍ରିକ୍ ଟୁ-ହ୍ୱିଲର ତିନି ଗୋଟି ରଙ୍ଗରେ ଉପଲବ୍ଧ । ପର୍ଲ ହ୍ୱାଇଟ୍, ମେଟାଲିକ୍ ରେଡ୍ ଓ ଜେଟ୍ ବ୍ଲାକ ରଙ୍ଗରେ ଏହା ମିଳିବ ।

ଏବେ ପର୍ଯ୍ୟନ୍ତ ଭାରତୀୟ ବଜାରରେ ଏହାଠାରୁ କମ୍ ଦାମରେ କୌଣସି ଇଲେକ୍ଟ୍ରିକ୍ ସ୍କୁଟର ନାହିଁ । ଡେଟେଲ ଇଜିର ଦାମ୍ ମାତ୍ର ୧୯ ହଜାର ୯୯୯ ଟଙ୍କା । କମ୍ପାନୀ କହିବା ଅନୁଯାୟୀ ଏହା କେବେଳ କିଣିବା ପାଇଁ ଶସ୍ତା ନୁହେଁ । ବରଂ ଏହାକୁ ଚଲାଇବା ଦ୍ୱାରା ମଧ୍ୟ କମ୍ ଖର୍ଚ୍ଚ ହେବ । ଏହାକୁ ଆପଣ କମ୍ପାନୀର ୱେବସାଇଟରୁ ମଧ୍ୟ କିଣି ପାରିବେ ।

ସବୁଠୁ ବଡ଼ କଥା ହେଲା ଏହି ଇଲେକ୍ଟ୍ରିକ୍ ବାଇକକୁ ଚଲାଇବା ପାଇଁ କୌଣସି ଲାଇସେନ୍ସର ଆବଶ୍ୟକତା ପଡ଼ିବ ନାହିଁ । ଏହା ବ୍ୟତୀତ ଏହାର ରେଜିଷ୍ଟ୍ରେସନ୍ ମଧ୍ୟ ଦରକାର ନାହିଁ । ତେବେ, ଯେଉଁ ଲୋକମାନେ ପ୍ରତିଦିନ କମ୍ ଦୂରକୁ ଯାତ୍ରା କରୁଛନ୍ତି ସେମାନଙ୍କ ପାଇଁ ଏହି ଇଲେକ୍ଟ୍ରିକ୍ ବାଇକ୍ ଲାଭଦାୟତ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ।

ଗୋଟିଏ ଥର ଏହାକୁ ଫୁଲ୍ ଚାର୍ଜ କଲେ ଆପଣ ଏହାକୁ ୬୦ କିଲୋମିଟର ଯାଏଁ ଚଲାଇପାରିବେ । ଏହି ଟୁ-ହ୍ୱିଲରରେ ଆପଣ ସର୍ବାଧିକ ଘଣ୍ଟାପ୍ରତି ୨୫ କିମି ବେଗରେ ଯାତ୍ରା କରିପାରିବେ । ଏହାର ବ୍ୟାଟେରୀ ଫୁଲ୍ ଚାର୍ଜ ହେବାକୁ ୭ରୁ ୮ ଘଣ୍ଟା ସମୟ ଲାଗିବ ।

ଏହି ଇଲେକ୍ଟ୍ରିକ୍ ସ୍କୁଟରର ଓଜନ ପାଖାପାଖି ୫୬ କେଜି ଅଟେ । ଏହାର ବ୍ୟାଟେରୀ ଉପରେ ୩ ବର୍ଷର ୱାରେଣ୍ଟି ରହିଛି । ଯେତେବେଳେ କି ଏହାର ମୋଟର, କଣ୍ଟ୍ରୋଲର ଓ ଚାର୍ଜର ଉପରେ କମ୍ପାନୀ ଗୋଟିଏ ବର୍ଷର ୱାରେଣ୍ଟି ଦେଉଛି । ଗାଡ଼ି କିଣିଲେ କମ୍ପାନୀ ମାଗଣାରେ ହେଲମେଟ୍ ଦେଉଛି । ଏହି ଗାଡ଼ିରେ ୨ ଜଣ ଆରାମରେ ଯାତ୍ରା କରିପାରିବେ ।

ଏହି ଟୁ-ହ୍ୱିଲର ବା ଦୁଇ ଚକିଆ ଯାନରେ ୬-ପାଇପ୍ ନିୟନ୍ତ୍ରିତ ୨୫୦ ୱାଟର ଇଲେକ୍ଟ୍ରିକ୍ ମୋଟର ଦିଆଯାଇଛି । ୪୮ ଭୋଲ୍ଟର ୧୨ଓ ଲାଇଫପିଓ୪ ବ୍ୟାଟେରୀ ରହିଛି । ଗାଡ଼ିରେ ନନ୍-ରିମୁଭଏବଲ୍ ବ୍ୟାଟେରୀ ଥିବାବେଳେ ଗାଡ଼ିରେ ଫ୍ଲୋରରେ ଏହା ରହିଛି । ଏଥିରେ ଆଡଭାନ୍ସଡ୍ ଡ୍ରମ୍ ବ୍ରେକ୍ ସିଷ୍ଟମ୍ ସୁରକ୍ଷାର ଧ୍ୟାନ ରଖିବ ।

ଦିଲ୍ଲୀ ସ୍ଥିତ ଷ୍ଟାର୍ଟ ଅପ୍ କମ୍ପାନୀ ଡେଟେଲ ଏହା ପୂର୍ବରୁ ୨୯୯ ଟଙ୍କାରେ ଫିଚର ଫୋନ୍ ଓ ୩ ହଜାର ୯୯୯ ଟଙ୍କାରେ ଏଲଇଡି ଟିଭି ଲଞ୍ଚ କରିଥିବା । ୨୦୧୭ ମସିହାରେ କମ୍ପାନୀ ସ୍ଥାପିତ ହୋଇଥିବା ବେଳେ ଆପଣ ଅନଲାଇନରେ ଗାଡ଼ି କିଣିଲେ ୨୫୦୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।

ତେବେ, ଇଲେକ୍ଟ୍ରିକ୍ ବାହନ ବୃଦ୍ଧି ପାଇଁ ସରକାର କେତେକ ରିହାତି ଦେଉଛନ୍ତି । ଏହି ଯାନ କିଣିବା ଉପରେ ସବସିଡି ଦେବା ପାଇଁ ଦିଲ୍ଲୀ ସରକାର ମଧ୍ୟ ଘୋଷଣା କରିଛନ୍ତି ।

Leave a Reply