spot_img

Latest Posts

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ…ପ୍ରକାଶ ପାଇଲା ସଂକ୍ରମିତଙ୍କ ତଥ୍ୟ

ବାଲେଶ୍ୱର: ଆଜି ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ସେପଟେ ୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ମହିଳାଙ୍କ ବୟସ ୫୫,୨୨,୨୩ ଓ ୨୯ ବର୍ଷ ହୋଇଥିବା ବେଳେ ୨୭ ବର୍ଷୀୟ ପୁରଷଙ୍କ ରିପୋର୍ଟ ପଜିଟିଭ ଆସିଛି। ସମସ୍ତେ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଥିଲେ। ସଂକ୍ରମିତଙ୍କଠାରେ ସାମାନ୍ୟ ଲକ୍ଷଣ ଦେଖାଦେଇଥିଲା।

ବାଲେଶ୍ୱରରୁ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ… ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

ତେବେ ସେମାନେ କାହା ସଂସ୍ପର୍ଶରେ ଆସିଥିଲେ ସେନେଇ ତଥ୍ୟ ସଂଗ୍ରହ କରାଯାଉଛି । ୫ ଆକ୍ରାନ୍ତଙ୍କୁ ବାଲେଶ୍ୱରର କଣ୍ଟେନ୍‌ମେଣ୍ଟ ଜୋନ୍‌ରୁ ଚିହ୍ନଟ କରାଯାଇଥିବା ଜଣାପଡିଛି। ଏଥିସହ ରାଜ୍ୟରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି। ଏହାମଧ୍ୟରୁ ୭୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩୫ ଜଣ ସୁସ୍ଥ ହୋଇଛନ୍ତି। ଗତକାଲି ଗୋଟିଏ ଦିନରେ ୨୨୮୭ଟି ନମୁନା ପରୀକ୍ଷା କରାଯାଇଥିଲା। ମୋଟ୍‌ ରାଜ୍ୟରେ ୨୫ ହଜାର ୧୦୩ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ୧୦୮ଟି ରିପୋର୍ଟ ପଜିଟିଭ ଆସିଛି। କରୋନା ସଂକ୍ରମଣରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ହୋଇଛି।

Latest Posts

Don't Miss