ବୟଜ୍ ଲକର ରୁମ୍ କଣ ? କାହିଁକି ଏହାକୁ ନେଇ ଦେଶବ୍ୟାପି ହଙ୍ଗାମା ? ଜାଣନ୍ତୁ ସେହି ଭୟାନକ ମାନସିକତାର କାହାଣୀ ..

1 min read

ନୂଆଦିଲ୍ଲୀ: ଗତ ତିନି ଦିନ ଧରି ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି ବୟଜ୍ ଲକର ରୁମ୍ । ଏହି ମାମଲା ସୁପ୍ରିମକୋର୍ଟରେ ପହଂଚି ସାରିଲାଣି । ସଡକରୁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ବୟଜ୍ ଲକର ରୁମକୁ ନେଇ ଆଲୋଚନା ଚାଲିଛି ବଲିଉଡ୍ ମଧ୍ୟ ଏହାକୁ ନେଇ ନିଜ ପ୍ରତିକ୍ରିୟା ରଖିଛି  । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଏହି ବୟଜ୍ ଲକର ରୁମ୍ କଣ ? ଯାହାକୁ ନେଇ ଏତେ ହାଏତୋବା ।  ଆସନ୍ତୁ ଜାଣିବା ବୟଜ୍ ଲକର ରୁମ୍ କଣ
ବୟଜ୍ ଲକର ରୁମ କଣ ?

ଏହା ହେଉଛି ଫୋଟୋ ସେୟାରିଂ ସୋସିଆଲ ସାଇଟ୍ ଇନଷ୍ଟାଗ୍ରାମରେ ଥିବା ଗୋଟିଏ ଚାଟ୍ ଗ୍ରୁପ୍ । ବୟଜ୍ ଲକର ଗ୍ରୁପ ନାମରେ ତିଆରି ହୋଇଥିବା ଏହି ଚାଟ୍ ଗ୍ରୁପରେ ଝିଅଙ୍କ ଫଟୋ ସେୟାର କରାଯାଉଥିଲା । ଯେଉଁଥିରେ ସେମାନଙ୍କ ସହ ବଳାତ୍କାର କରିବା କଥା ଏହି ଗ୍ରୁପର ସଦସ୍ୟ ମାନେ କଥା ହେଉଥିଲେ ।

କେମିତି ସାମ୍ନାକୁ ଆସିଲା ମାମଲା?

ଦକ୍ଷୀଣ ଦିଲ୍ଲୀର ଜଣେ ଝିଅ ପ୍ରଥମେ ଏହି ଗ୍ରୁପର ସ୍ନାପ୍ ସଟକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହାଫଳରେ ପୁରା ମାମଲା ସାମ୍ନାକୁ ଆସିଥିଲା । ସ୍ନାପସଟ୍ ସେୟାର କରି ସେହି ଝିଅ ଲେଖିଥିଲେ ଯେ, ଦକ୍ଷୀଣ ଦିଲ୍ଲୀର ୧୭-୧୮ ବର୍ଷର ପିଲା ଏହି ଗ୍ରୁପରେ ଅଛନ୍ତି । ଗ୍ରୁପରେ କମ ବୟସର ଝିଅଙ୍କ ଏଡିଟ୍ କରାଯାଇଥିବା ଆପତ୍ତିଜନକ ଫଟୋ ପୋଷ୍ଟ କରାଯାଉଥିଲା ।

ଗଣଧର୍ଷଣ ଯୋଜନା ?

ଗ୍ରୁପର ସ୍ନାପସଟ୍ ସେୟାର କରିଥିବା ଝିଅ ଦାବି କରିଥିଲେ ଯେ, ଏହି ଗ୍ରୁପରେ ତାଙ୍କ ସ୍କୁଲର ଦୁଇ ଜଣ ପିଲା ସାମିଲ ଅଛନ୍ତି । ସେ ମଧ୍ୟ ଗ୍ରୁପରେ ସାମିଲ ଥିବା ପିଲାଙ୍କ ନାମ ତାଲିକା ଜାରି କରିଥିଲେ । ଫଟୋ ସେୟାର କରିବା ସହ ଗ୍ରୁପରେ ଗଣଧର୍ଷଣ ଯୋଜନା ତିଆରି ହେଉଥିଲା ବୋଲି ସଂପୃକ୍ତ ଯୁବତୀ ଦାବି କରିଥିଲେ ।

ଘଟଣା ସାମ୍ନାକୁ ଆସିବା ପରେ କଣ ହୋଇଥିଲା ?

ଦିଲ୍ଲୀ ମହିଳା କମିଶନ ପୋଲିସକୁ ତଦନ୍ତ ଆଦେଶ ଦେଇଥିଲେ । ପୋଲିସ ଏହି ମାମଲାରେ ଦୁଇଜ ଜଣଙ୍କୁ ଗିରଫ କରିବା ସହ ଅନ୍ୟ ୨୧ ଜଣଙ୍କୁ ଚିହ୍ନଟ କରିଛି ।

 

Leave a Reply