spot_img

Latest Posts

ପ୍ରକାଶ ପାଇଲା ୨୦ ସଂକ୍ରମିତଙ୍କ ତଥ୍ୟ, ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ୨ଶହ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ଆଜି ଆଉ ୨୦ କରୋନା ପଜିଟିଭ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ୨୦୫କୁ ବୃଦ୍ଧି ପାଇଛି। ଆଜି ଆସିଥିବା ରିପୋର୍ଟ ଅନୁସାରେ କେବଳ ଗଞ୍ଜାମ ଜିଲ୍ଲାରୁ ୧୭ଜଣ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୬ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି।

ପୁରୁଷ ସଂକ୍ରମିତଙ୍କ ବୟସ ୧୮ରୁ ୫୦ ବର୍ଷ ମଧ୍ୟରେ ରହିଛି । ସେହିପରି ୨୦ ବର୍ଷିୟା ଜଣେ ମହିଳା ମଧ୍ୟ ସଂକ୍ରମିତ ହୋଇଛନ୍ତି । ଏଥିସହ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି। ସେପଟେ ମୟୁରଭଞ୍ଜରେ ପଶିଛି କରୋନା। ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାରୁ ୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତ ସୁରତ ଫେରନ୍ତା ଓ କ୍ୱାରେଣ୍ଟାଇନ୍‌ରେ ଥିଲେ ବୋଲି ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଟ୍ୱିଟ୍‌ କରି ସୂଚନା ଦେଇଛି।

ଜଗତସିଂହପୁରରେ ଏକାଥରକେ ୪, କେନ୍ଦ୍ରାପଡ଼ାରେ ଜଣେ ନୂଆ ଆକ୍ରାନ୍ତ

Latest Posts

Don't Miss