spot_img

Latest Posts

ବିହାର ଦରଭଙ୍ଗାରେ ରାହୁଲ ଗାନ୍ଧିଙ୍କୁ ଅଟକାଇଲା ପୋଲିସ

ନନ୍ଦିଘୋଷ ବ୍ୟୁରୋ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିହାର ଦରଭଙ୍ଗା ଗସ୍ତ। ତେବେ ଗସ୍ତ ବୋଳେ ରାହୁଲଙ୍କୁ ପୋଲିସ ଅଟକାଇଥିବା ଅଭିଯୋଗ ହୋଇଛି। ଦରଭଙ୍ଗାସ୍ଥିତ ଆମ୍ବେଦକର ହଷ୍ଟେଲ ନିକଟରେ ପୋଲିସ ରାହୁଲଙ୍କୁ ଅଟକାଇଥିବା ସୂଚନା ମିଳିଛି। ସେଠାରେ ସ୍ଥାନୀୟ ଛାତ୍ରଛାତ୍ରୀଙ୍କ ସହ ରାହୁଲ ଆଲୋଚନା କରିବାର କାର୍ଯ୍ଯକ୍ରମ ଥିଲା। ବିହାରରେ ରହିଥିବା ବିଭିନ୍ନ ପ୍ରସଙ୍ଗକୁ ନେଇ ପୂର୍ବରୁ ନୀତୀଶ ସରକାରଙ୍କୁ ଟାର୍ଗେଟ କରିଥିଲା NSUI। ରାଜ୍ଯବ୍ୟାପୀ କଂଗ୍ରେସ ପକ୍ଷରୁ ଆରମ୍ଭ ହେବାକୁ ଥିବା ଶିକ୍ଷା ନ୍ୟାୟ ସମ୍ବାଦ କାର୍ଯ୍ଯକ୍ରମକୁ ପ୍ରଶାସନ ଅନୁମତି ଦେଇଥିଲା। ଏଥିଲାଗି ଆମ୍ବେଦକର ହଷ୍ଟେଲ ନିକଟରେ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି ହୋଇଥିଲା। ମାତ୍ର ଶେଷ ମୁହୂର୍ତ୍ତରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି ବୋଲି ଅଭିଯୋଗ ହୋଇଛି।

କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ବିନା ଅନୁମତିରେ ଆମ୍ବେଦକର ହଷ୍ଟେଲରେ ପହଞ୍ଚି କହିଥିଲେ, ‘ ଆମେ ସଂସଦରେ ନରେନ୍ଦ୍ର ମୋଦୀଙ୍କୁ କହିଥିଲୁ ଯେ ଜାତିଗତ ଜନଗଣନା କରିବାକୁ ପଡିବ। ଆମେ କହିଥିଲୁ ଯେ ସମ୍ବିଧାନକୁ ନିଜ କପାଳରେ ପିନ୍ଧିବାକୁ ପଡିବ। ଏହାପରେ ନରେନ୍ଦ୍ର ମୋଦୀ ଭୟଭୀତ ହୋଇ ଜାତି ଜନଗଣନା କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ସେମାନେ ଗଣତନ୍ତ୍ରର ବିରୋଧୀ, ସମ୍ବିଧାନ ବିରୋଧୀ, ଜାତିଗତ ଜନଗଣନା ବିରୋଧୀ ଅଟନ୍ତି। ଏହା ହେଉଛି ଅଦାନୀ-ଅମ୍ବାନୀଙ୍କ ସରକାର। ଏହା ତୁମର ସରକାର ନୁହେଁ।’
ଏଠାକୁ ଆସିବାକୁ ପ୍ରଶାସନ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲା, କିନ୍ତୁ ମୁଁ ପଛପାର୍ଶ୍ବ ଦ୍ୱାର ଦେଇ ଏଠାକୁ ଚାଲି ଆସିଛି।। ଏହି ଦେଶରେ ଦଳିତ, ପଛୁଆ ବର୍ଗ, ଆଦିବାସୀ ବର୍ଗ, ସାଧାରଣଲୋକଙ୍କ ଉପରେ ୨୪ ଘଣ୍ଟା ଅତ୍ୟାଚାର ଚାଲିଛି। ଲୋକେ ଚାପରେ ଅଛନ୍ତି। ଶିକ୍ଷା ବ୍ୟବସ୍ଥା ମଧ୍ୟ ଅଟକି ଯାଇଛି।’

Latest Posts

Don't Miss