spot_img

Latest Posts

ଅଶ୍ୱେତ ଜର୍ଜ ଫ୍ଲାୟଡଙ୍କୁ ଆଣ୍ଠୁରେ ଚାପି ହତ୍ୟା କରିଥିବା ପୋଲିସ କର୍ମଚାରୀଙ୍କୁ ୨୨ବର୍ଷର ଜେଲ ଦଣ୍ଡ

ମିନିୟାପୋଲିସ୍: ଆମେରିକାରେ ଅଶ୍ୱେତ ଜର୍ଜ ଫ୍ଲାୟଡଙ୍କ ହତ୍ୟା ଘଟଣାରେ ମିନିୟାପୋଲିସର ପୂର୍ବତନ ପୋଲିସ ଅଧିକାରୀ ଡେରେକ ଚାଉଭିନଙ୍କୁ ୨୨ ବର୍ଷ ୬ ମାସର କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଚାଉଭିନ, ଫ୍ଲୟଡଙ୍କ ବେକକୁ ଆଣ୍ଠୁରେ ଚିପି ଦେଇଥିଲେ, ଯେଉଁଥି ପାଇଁ ଶ୍ୱାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏହି ଘଟଣା ପରେ ଆମେରିକାରେ ଜାତିଗତ ଭେଦଭାବ ବିରୋଧରେ ସବୁଠୁ ବଡ଼ ଆନ୍ଦୋଳନ ହୋଇଥିଲା ।

ଫ୍ଲୋଇଡଙ୍କ ମୃତ୍ୟୁକୁ ନେଇ ଚାଉଭିନ ସମବେଦନା ଜଣାଇଛନ୍ତି

ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଥିଲା ​​ଯେତେବେଳେ ପ୍ରାୟ ଏକ ବର୍ଷ ନୀରବତା ପରେ ଚାଉଭିନ ଫ୍ଲୟଡଙ୍କ ପରିବାରକୁ ସମବେଦନା ଜଣାଇଥିଲେ ଏବଂ ଏହାପରେ ତାଙ୍କୁ କିଛି ଶାନ୍ତି ମିଳିବ ବୋଲି ଆଶା କରିଥିଲେ। ଜଣେ ଅଶ୍ୱେତ ବ୍ୟକ୍ତିଙ୍କ ହତ୍ୟା ପାଇଁ ପୋଲିସ ଅଧିକାରୀଙ୍କୁ ଦିଆଯାଇଥିବା ଏହା ହେଉଛି ଦୀର୍ଘତମ ଜେଲ ଦଣ୍ଡ।

ତେବେ ଫ୍ଲୟଡଙ୍କ ପରିବାର ଏବେ ବି ନିରାଶ ହୋଇଛନ୍ତି । କାରଣ ଏହି ଅପରାଧ ପାଇଁ ଉଭିନଙ୍କୁ ୩୦ ବର୍ଷ ଜେଲ ଦଣ୍ଡର ଦାବି କରିଥିଲେ ପରିବାର ସଦସ୍ୟ । ଭଲ ଆଚରଣ ପରେ ୪୫ ବର୍ଷିୟ ଚାଉଭିନଙ୍କୁ ଦଣ୍ଡର ଦୁଇ ତୃତୀୟାଂଶ ପୂରଣ କରିବା ପରେ କିମ୍ବା ପ୍ରାୟ ୧୫ ବର୍ଷ ଜେଲରେ ରହିବା ପରେ ଜାମିନରେ ଆସିପାରନ୍ତି । ମିନିୟାପୋଲିସ୍ ବିରୋଧୀ ନେତା ନେକିମା ଲେବି ଆର୍ମଷ୍ଟ୍ରଙ୍ଗ କହିଛନ୍ତି ଯେ, କେବେଳ ଦଣ୍ଡର ଅବଧି ଅଧିକ ହେବା ଯଥେଷ୍ଟ ନୁହେଁ।

ସର୍ବାଧିକ ଦଣ୍ଡ ଦାବି

ଫ୍ଲୟଡଙ୍କ ପରିବାରର ଓକିଲ ବେନ କ୍ରମ୍ପ କହିଛନ୍ତି ଯେ, ପରିବାର ଆଶା ଅଛି ଯେ, ଚାଉଭିନଙ୍କୁ ଆଗାମୀ ସଂଘୀୟ ନାଗରିକ ଅଧିକାରର ଶୁଣାଣି ସମୟରେ ସର୍ବାଧିକ ଦଣ୍ଡ ଦିଆଯିବ । ସେ କହିଛନ୍ତି ଯେ, ଏହା ମିନିସୋଟାରେ ଜଣେ ପୋଲିସ ଅଧିକାରୀଙ୍କୁ  ମିଳିଥିବା ଦୀର୍ଘତମ ଦଣ୍ଡ ଅଟେ। କିନ୍ତୁ ପ୍ରକୃତ ନ୍ୟାୟ ସେତେବେଳେ ହେବ ଯେତେବେଳେ ଆମେରିକାର ଅଶ୍ୱେତ ବା କଳା ପୁରୁଷ ଏବଂ ମହିଳାମାନେ ରଙ୍ଗ କାରଣରୁ ପୋଲିସ ଦ୍ୱାରା ହତ୍ୟା ହେବାର ଭୟ କରିବେ ନାହିଁ ।

Latest Posts

Don't Miss