ଭିଜିଲାନ୍ସ ଜାଲରେ ଡେପୁଟି କଲେକ୍ଟର: ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡ଼ିଲେ

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୂଅର୍ଜନ ସାଧାରଣ ଉପବିଭାଗର ଡେପୁଟି କଲେକ୍ଟର । ଶରତ ଗିରି । ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜମିଜମା ମାମଲାରେ ଚିତ୍ରସେନ ବ୍ରହ୍ମଙ୍କ ଠାରୁ ନେଉଥିଲେ ଲାଞ୍ଚ। ୨୦ ନମ୍ବର ଜାତୀୟ ରାଜପଥ ବନାଯୋଡ଼ି ନିକଟରେ ୮ ଲେନ୍ ବିଶିଷ୍ଟ ଜାତୀୟ ରାଜପଥ ପାଇଁ ପ୍ରାୟ ୭ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା। ସେଥିରୁ ୧୦ପ୍ରତିଶତ ଟଙ୍କା ଲାଞ୍ଚ ମାଗିଥିଲେ ଶରତ । ଆଜି ସେଥିରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଧରାପଡ଼ିବା ପରେ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି।