ଅସଦାଚରଣ ଅଭିଯୋଗ ପରେ ତଦନ୍ତ କମିଟି ନିକଟରେ ହାଜର ହେଲେ ଉପ-ଜିଲ୍ଲାପାଳ

1 min read
Sanjaya Mishra Deputy Collector

ବଲାଙ୍ଗିର: ବଲାଙ୍ଗିର ଉପ-ଜିଲ୍ଲାପାଳଙ୍କ ନାଁରେ ଅସଦାଚରଣ ଅଭିଯୋଗ ପ୍ରସଙ୍ଗରେ ୬ଜଣିଆ କମିଟିର ତଦନ୍ତ ଆରମ୍ଭ ହୋଇଛି । କମିଟି ଆଗରେ ହାଜର ହୋଇଛନ୍ତି ନିଲମ୍ବିତ ଉପ-ଜିଲ୍ଲାପାଳ ସଞ୍ଜୟ ମିଶ୍ର ଓ ଅସଦାଚରଣର ଶିକାର ହୋଇଥିବା ମହିଳା । ଅଭିଯୋଗକାରୀ ମହିଳା ଓ ନିଲମ୍ବିତ ଉପ ଜିଲ୍ଲାପାଳ ସଞ୍ଜୟ ମିଶ୍ରଙ୍କୁ ସାମ୍ନାସାମ୍ନି ପଚରାଉଚରା କରୁଛି କମିଟି । ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ସମ୍ମଳନୀ କକ୍ଷରେ ଘଟଣାର ତଦନ୍ତ କରାଯାଇଛି । ଘଟଣାରେ ପୂର୍ବରୁ ଉପଜିଲ୍ଲାପଳଙ୍କୁ ନିଲମ୍ବନ କରିଥିଲେ ରାଜ୍ୟ ସରକାର । ଏଲସିସି ତଦନ୍ତ କମିଟି ମୁଖ୍ୟ ଶାନ୍ତିଲତା ବହିଦାର, ଡେପୁଟି କଲେକ୍ଟର ସୁଚିତା ପୁଷ୍ପା, DSWO ବିନୋଦିନି ପଧାନ, ବିଦ୍ୟୁତଲତା ଖମାରୀ, ଭକ୍ତ ନାଏକ, ଭଗବତୀ ଗୁରୁ ଘଟଣାର ତଦନ୍ତ କରୁଛନ୍ତି ।

Sanjaya Mishra Deputy Collector

ସୂଚନାଯୋଗ୍ୟ,ସେପ୍ଟେମ୍ବର ୪ ତାରିଖରେ ଉପଜିଲ୍ଲାପାଳଙ୍କ ନାଁରେ ଅସଦାଚରଣ ଭଳି ଗୁରୁତର ଅଭିଯୋଗ ହୋଇଥିଲା । ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜନୈକ ମହିଳ କିରାଣୀ ଏହି ଅଭିଯୋଗ ଆଣିଥିଲେ । ସେ ଏନେଇ ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ କରିଥିଲେ । ଉପଜିଲ୍ଲାପାଳ ସଂଜୟ ମିଶ୍ରଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଅନ୍ୟତ୍ର ବଦଳି କରିବାକୁ ସେ ନିବେଦନ କରିଥିଲେ  ।

ଅଭିଯୋଗ ପରେ ଉପଜିଲ୍ଲାପାଳଙ୍କୁ ଅନ୍ୟତ୍ର ବଦଳି କରିଥିଲେ ଜିଲ୍ଲାପାଳ । ପରେ ଅଭିଯୋଗର ତଦନ୍ତ ପାଇଁ ଏକ କମିଟ ଗଠନ କରାଯାଇଇଥଲା ।

Leave a Reply