ଆଉ ୬ ଘଣ୍ଟା ମଧ୍ୟରେ ଅବପାତ ରୂପରେ ପୁରୀ ପହଞ୍ଚିବ ‘ଜୱାଦ’
1 min readଭୁବନେଶ୍ୱର: ଉପକୂଳ ମୁହାଁ ଗଭୀର ଅବପାତ । ବାତ୍ୟା ‘ଜୱାଦ’ ଦୁର୍ବଳ ହେବା ପରେ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇଛି । ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ଗଭୀର ଅବପାତ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରୁଛି । ଏବେ ଗଭୀର ଅବପାତ ଗୋପାଳପୁର ଠାରୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୯୦ କିଲୋମିଟର ଦୂରରେ ରହିଛି ।
#DeepDepression over northwest & adjoining westcentral Bay of Bengal moved north-northeastwards with a speed of #20kmph during past 06 hours & is 90 km east-southeast of #Gopalpur, #120km south-southwest of #Puri & #210km south-southwest of #Paradip#JawadCyclone #WeatherUpdate pic.twitter.com/Am3PKUEzrg
— Meteorological Centre, Bhubaneswar (@mcbbsr) December 5, 2021
ସେହିଭଳି ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୧୨୦ କିଲୋମିଟର ଦୂରରେ ଥିବାବେଳେ ସମାନ ଦିଗରେ ପାରାଦୀପ ଠାରୁ ୨୧୦ କିଲୋମିଟର ଦୂରରେ ରହିଛି । ତାଜା ଆକଳନ ଅନୁସାରେ, ‘ଜୱାଦ’ ଆହୁରି ଦୁର୍ବଳ ହୋଇ ଅବପାତ ରୂପରେ ଆଗାମୀ ୬ ଘଣ୍ଟା ମଧ୍ୟରେ ପୁରୀ ଉପକୂଳ ପହଞ୍ଚିବ । ଉତ୍ତର-ଉତ୍ତରପୂର୍ବ ଦିଗରେ ଓଡ଼ିଶା ଉପକୂଳ ଦେଇଯିବ । ପଶ୍ଚିମବଙ୍ଗ ଉପକୂଳମୁହାଁ ହୋଇ ମଧ୍ୟରାତ୍ରିରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ ।
ଏଥିସହ ପଢ଼ନ୍ତୁ: ପୁରୀ ଠାରୁ ୧୮୦ କିମି ଦୂରରେ ‘ଜୱାଦ’, କିଛି ଘଣ୍ଟାରେ ନେବ ଅବପାତର ରୂପ
‘ଜୱାଦ’ ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲା ଗୁଡ଼ିକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି । ସମୁଦ୍ର ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଥିବା ସୂଚନା ଦେଇଛନ୍ତି ଆଇଏମଡି ଡିଜି । ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପବନ ଆଜି ସନ୍ଧ୍ୟା ଯାଏ ଲାଗି ରହିବ । ଧିରେ ଧିରେ ବର୍ଷାର ପରିମାଣ କମିବ । ଆଜି କିଛି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିବ ।