୧୪ ଯାଏଁ ତୁହାକୁ ତୁହା ବର୍ଷା, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି

1 min read
Low Pressure Rain To Continue Till Next Three Days Odisha

ଭୁବନେଶ୍ୱର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ବିଗତ ତିନିଘଣ୍ଟା ଧରି ଗତି କରୁଛି । ଏହା ଦକ୍ଷିଣ-ଦକ୍ଷିଣ ପୂର୍ବରେ ବିଶାଖାପାଟଣାଠାରୁ ୪୦୦ କିମି ଦୂରରେ ଥିବାବେଳେ ଆନ୍ଧ୍ରର କାକିନଡ଼ାଠାରୁ ୪୫୦ କିମି ଦୂରରେ ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତ ଗଭୀର ଅବପାତର ରୂପ ନେବ । ୧୨ ଅକ୍ଟୋବର ରାତିରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆନ୍ଧ୍ର ଉପକୂଳର ନରସପୁର-ବିଶାଖାପାଟଣା ଦେଇ ଅତିକ୍ରମ କରିବା ଆଶଙ୍କା ରହିଛି ।

Depression over west central Bay of Bengal Orange Warning Issued To 5 District

ପ୍ରଭାବରେ ରାଜ୍ୟରେ ୧୪ ତାରିଖ ଯାଏଁ ବର୍ଷା ଲାଗି ରହିବ । ୧୨ ତାରିଖ ସକାଳ ୮ଟା ୩୦ ଯାଏଁ ରାଜ୍ୟର ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରୁ ୧୩ ସକାଳ ମଧ୍ୟରେ ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମାଲକାନଗିରି, ରାୟଗଡ଼ା, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

Depression over west central Bay of Bengal Orange Warning Issued To 5 District

ପ୍ରବଳ ବର୍ଷା ନେଇ ନବରଙ୍ଗପୁର, କନ୍ଧମାଳ, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ କଟକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୩ ସକାଳରୁ ୧୪ ଯାଏଁ ପ୍ରବଳ ବର୍ଷା ନେଇ ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ, ଗଜପତି, ରାୟଗଡ଼ା ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ୧୩ ତାରିଖ ଯାଏଁ ବାରଣ କରାଯାଇଛି । ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଂକେତ ଦିଆଯାଇଛି ।

Leave a Reply