ବିଜେଡିରେ ସାମିଲ୍ ହେଲେ ବିଶିଷ୍ଟ ଶିକ୍ଷାବିତ୍ ଶାନ୍ତି ମଞ୍ଜରୀ ଦେଇ

ଭୁବନେଶ୍ୱର: ଉପାନ୍ତରୁ ଉପକୂଳ ସବୁଠୁ ସୁଦୃଢ଼ ହେଉଛି ବିଜେଡି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମସ୍ତଙ୍କୁ ବିଜେଡି ପ୍ରତି ଆକୃଷ୍ଟ କରୁଛି । ବିଜେଡିରେ ଯୋଗ ଦେଇଛନ୍ତି ଦେବଗଡ଼ର ବିଶିଷ୍ଟ ଶିକ୍ଷାବିତ୍ ଶାନ୍ତି ମଞ୍ଜରୀ ଦେଇ । ଶାନ୍ତି ମଞ୍ଜରୀ ଦେଇ ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷୟିତ୍ରୀ । ଯୁବନେତା ରାଜକିଶୋର ଦାଶ ମଧ୍ୟ ସମର୍ଥକଙ୍କ ସହ ବିଜେଡିରେ ମିଶିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ଶାନ୍ତି ମଞ୍ଜରୀଙ୍କୁ ଦଳରେ ସାମିଲ କରିଛନ୍ତି ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଏହି ଅବସରରେ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ଵାଳ, ବିଜେଡି ରାଜ୍ୟ ସମ୍ପାଦକ କୁନ ବିହାରୀ ଦାସ ମଧ୍ୟ ଉପସ୍ଥିତ ଥିଲେ ।