ଆଇପିଏଲ୍ ବେଟିଂ ବେଳେ ପୋଲିସ ହାତରେ ଧରାପଡ଼ିଲେ ୨ ଭାଇ, ୯ ଲକ୍ଷ ଟଙ୍କା ଜବତ

ଦେବଗଡ଼: ଦେବଗଡ଼ ଥାନା ଅନ୍ତର୍ଗତ ଜାଡ଼ାଗୋଳା ଗାଁରେ ପୋଲିସର ରେଡ୍ । ଆଇପିଏଲ ବେଟିଂ ଚାଲିଥିବା ସୂଚନା ପାଇ ଦେବଗଡ଼ ଏସପି ରାଜକିଶୋର ପାଇକରାୟଙ୍କ ନିର୍ଦ୍ଦେଶରେ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ରେଡ୍ କରିଥିଲା । ଆଇପିଏଲରେ ବେଟିଂ କରୁଥିବା ୨ ଭାଇ ବାପୁନ ବେହେରା ଓ ଲିପୁନ ବେହେରାଙ୍କୁ ପୋଲିସ ଗିରଫ କରିଛି ।
୨ ଭାଇଙ୍କ ନିକଟରୁ ୯ ଲକ୍ଷରୁ ଅଧିକ ଟଙ୍କା ସହ ମୋବାଇଲ୍ ଫୋନ, ଲାପଟପ୍, ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟ ଓ ଏଟିଏମ କାର୍ଡ ଜବତ କରାଯାଇଛି । ତଦନ୍ତ ବେଳେ ଏହା ଏକ ଆନ୍ତଃ ରାଜ୍ୟ ଗ୍ୟାଙ୍ଗ ବୋଲି ପୋଲିସ ଜାଣିବାକୁ ପାଇଛି । ବେଟିଂରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି । ପୋଲିସ ୨ ଭାଇଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।