ପିଡିଏସ୍ ଚାଉଳ ହେରଫେର ମାମଲା, ପୂର୍ବତନ ସରପଞ୍ଚ ଓ ପିଇଓ ଗିରଫ

Deogarh Ex-Sarpanch And PEO Arrested For PDS Rice Tampering

ଦେବଗଡ଼: ମହଙ୍ଗା ପଡ଼ିଲା ପିଡିଏସ୍ ଚାଉଳ ହେରଫେର । ପଞ୍ଚାୟତ ଗୋଦାମ ଘରୁ ଚାଉଳ ହେରଫେର ଘଟଣାରେ ବନ୍ଧାହେଲେ ପୂର୍ବତନ ସରପଞ୍ଚ ଓ ପିଇଓ । ପୋଲିସ ଦଣ୍ଡାସିଂହା ପଞ୍ଚାୟତର ପୂର୍ବତନ ସରପଞ୍ଚ ଓ ପିଇଓଙ୍କୁ ଗିରଫ କରିଛି । ଗୁରୁବାର ଅପରାହ୍ଣରେ ପଞ୍ଚାୟତ ଗୋଦାମ ଘରୁ ପିଇଓ ନୀଳକଣ୍ଠ ପ୍ରଧାନ ଓ ବିଜେପି ସମର୍ଥିତ ପୂର୍ବତନ ସରପଞ୍ଚ ଅମିତ ଦେହୁରୀ ଏକ ଟ୍ରାକ୍ଟରରେ ଚାଉଳ ବୋଝେଇ କରି ବାହାରକୁ ନେଇ ଯାଉଥିଲେ । ଯାହାର ଗିରଫ କରିଥିଲେ ଗ୍ରାମବାସୀ ।

Deogarh Ex-Sarpanch And PEO Arrested For PDS Rice Tampering

ପୂର୍ବତନ ସରପଞ୍ଚ ଅମିତ ଦେହୁରୀ ସୁଯୋଗ ଦେଖି ଟ୍ରାକ୍ଟର ଇଞ୍ଜିନକୁ ନେଇ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ପରେ ଟ୍ରାକ୍ଟର ଡାଲାରେ ବୋଝେଇ ହୋଇ ରହିଥିବା ପ୍ରାୟ ଶହେ ବସ୍ତା ଚାଉଳକୁ ଜବତ କରି ବାରକୋଟ ବିଡିଓ ଓ ପୋଲିସକୁ ଖବର ଦେଇଥିଲେ ଗ୍ରାମବାସୀ । ବିଡିଓ ଓ ବାରକୋଟ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏନେଇ ଆଜି ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ବାରକୋଟ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପରେ ପୋଲିସ ପୂର୍ବତନ ସରପଞ୍ଚ ଅମିତ ଦେହୁରୀ ଓ ପିଇଓ ନୀଳକଣ୍ଠ ପ୍ରଧାନଙ୍କୁ ଗରିଫ କରିଛି ।

Leave a Reply