୭ ଦିନ ପରେ ବି ମିଳୁନି ନିଖୋଜ ଡାକ୍ତରଙ୍କ ପତ୍ତା

Dental Doctor Chandan Bag Of Sambalpur Missing Seens A Week

ସମ୍ବଲପୁର: ଦାନ୍ତ ଡାକ୍ତର ନିଖୋଜ । ସମ୍ବଲପୁର ସଦର ଡାକ୍ତରଖାନାରେ କାର୍ଯ୍ୟରତ ଦାନ୍ତ ଡାକ୍ତର ଚନ୍ଦନ ବାଗ ରହସ୍ୟଜନକ ଭାବେ ନିଖୋଜ ହୋଇ ଯାଇଛନ୍ତି । ନିଖୋଜକୁ ୭ ଦିନ ବିତି ଯାଇଥିବା ବେଳେ ଦାନ୍ତ ଡାକ୍ତର ଚନ୍ଦନ ବାଗଙ୍କ ଖୋଜ ଖବର ମିଳୁନାହିଁ । ଶନିବାର ଚନ୍ଦନଙ୍କ ବାଇକ୍ ଜବତ କରି ନିଖୋଜ ଉପରୁ ପରଦା ଉଠାଇବାକୁ ଉଦ୍ୟମ କରୁଛି ପୋଲିସ ।

Dental Doctor Chandan Bag Of Sambalpur Missing Seens A Week

୩୦ ଜାନୁଆରୀ ଭୋର୍ ୪ଟା । ଘରୁ ଗଲେ ଆଉ ଫେରିଲେନି ଚନ୍ଦନ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ରବିବାର ୩୧ ତାରିଖରେ ଅଇଁଠାପାଲି ଥାନାରେ ନିଖୋଜ ନେଇ ଏତଲା ଦେଇଥିଲେ । ନିଖୋଜକୁ ୭ ଦିନ ବିତିଯାଇଥିଲେ ମଧ୍ୟ ଡାକ୍ତର ଚନ୍ଦନ ବାଗଙ୍କ ପତ୍ତା ମିଳୁନାହିଁ । ଅନ୍ୟପଟେ ନିଖୋଜ ପଛରେ ପାରିବାରିକ କଳହ ଥାଇପାରେ ବୋଲି ସନ୍ଦେହ କରିଛନ୍ତି ଚନ୍ଦନଙ୍କ ବାପା ପ୍ରଦୀପ ବାଗ ।

Dental Doctor Chandan Bag Of Sambalpur Missing Seens A Week

ମିଳିଥିବା ସୂଚନା ଅନୁସାରେ ନିଖୋଜ ଚନ୍ଦନଙ୍କ ଘର ସମ୍ବଲପୁର ସହରର ସାକ୍ଷୀପଡ଼ା । କିନ୍ତୁ, ଚନ୍ଦନ ଶାନ୍ତିନଗରରେ ନିଜ ସ୍ତ୍ରୀଙ୍କ ସହ ଭଡ଼ାଘରେ ପରିବାରଠୁ ଅଲଗା ରହୁଛନ୍ତି । ଗତ ୩୦ ତାରିଖରେ ଚନ୍ଦନ ଭୋର୍ ୪ ଟାରୁ ଘରୁ ବାହାରି ଯାଇ ଆଉ ଫେରନିଥିଲେ । ଏନେଇ ଚନ୍ଦନଙ୍କ ସ୍ତ୍ରୀ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ଚନ୍ଦନ ନିଖୋଜ ଥିବା ନେଇ ଥାନାରେ ଏତଲା ଦେଇଥିଲେ । ଶନିବାର ରାତିରେ ସମ୍ବଲପୁରର ମୁଦିପଡ଼ାରୁ ଚନ୍ଦନଙ୍କ ବାଇକ୍ ଜବତ କରିଛି ଟାଉନ୍ ଥାନା ପୋଲିସ ।

Dental Doctor Chandan Bag Of Sambalpur Missing Seens A Week

ବାଇକ୍ ମିଳିଥିବା ଚନ୍ଦନଙ୍କ କୌଣସି ଖୋଜ ଖବର ମିଳୁନାହିଁ । ଯାହାକି ଘଟଣାକୁ ଆହୁରି ରହସ୍ୟ ଭିତରକୁ ଟାଣି ନେଇଛି । ପୋଲିସ ଚନ୍ଦନଙ୍କୁ ଖୋଜାଖୋଜି ନକରି ଚୁପ୍ ବସି ପଡ଼ିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

Leave a Reply