spot_img

Latest Posts

ଉତ୍ତରଭାରତରେ ଘନ କୁହୁଡିର ରାଜ ; ସମଗ୍ର ଅଞ୍ଚଳରେ ଧୂଆଁର ଭ୍ରମ ସୃଷ୍ଟି

ନନ୍ଦିଘୋଷ ବ୍ୟୁରୋ: ଉତ୍ତରଭାରତରେ ଘନ କୁହୁଡିର ରାଜ । ପୂରା ଅଞ୍ଚଳରେ ଧୂଆଁର ଭ୍ରମ ସୃଷ୍ଟି ହୋଇଛି । ରାଜଧାନୀ ଦିଲ୍ଲୀରେ କୁହୁଡି ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା । ଭାରତ ପାଣିପାଗ ବିଭାଗ ପ୍ରାୟ ସମସ୍ତ ଦିଲ୍ଲୀ-ଏନସିଆର ପାଇଁ ଘନ କୁହୁଡ଼ି ସତର୍କତା ଜାରି କରିଛି । ଆଜି ସକାଳେ ରାଜଧାନୀ ଏବଂ ଆଖପାଖ ଅଞ୍ଚଳରେ ଅତ୍ୟନ୍ତ କମ୍ ଦୃଶ୍ୟମାନତା ରେକର୍ଡ କରାଯାଇଛି । ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରୀ ରେକର୍ଡ କରାଯାଇଛି । ଦିଲ୍ଲୀରେ AQI ୨୭୩ ରହିଛି। ସୋମବାର ଦିନ ସାରା ସୂର୍ଯ୍ୟ କିରଣ ଦେଖିବାକୁ ମିଳିନଥିଲା ।

ଆଜି ସକାଳେ ଦିଲ୍ଲୀ, ନୋଏଡା , ଗାଜିଆବାଦ, ଗୁରୁଗ୍ରାମ ଏବଂ ଫରିଦାବାଦରେ ଘନ କୁହୁଡ଼ି ଦେଖାଦେଇଛି । ସମସ୍ତ ସ୍ଥାନକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ପାଣିପାଗ ବିଭାଗ ଲୋକମାନଙ୍କୁ ଯାତ୍ରା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇଛି । ଆଜି ଦିଲ୍ଲୀ-ଏନସିଆରରେ ସର୍ବାଧିକ ତାପମାତ୍ରା ୧୯ ରୁ ୨୦ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ୭ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ । ୬ ଓ ୭ ତାରିଖରେ ତୁଷରପାତ ହେବାର ସମ୍ଭାବନା ରହିଛି ।

Latest Posts

Don't Miss