ଟିକେଟ୍ ମିଳିଲାନି ବୋଲି ଲଣ୍ଡା ହୋଇଗଲେ କେରଳ କଂଗ୍ରେସ ମହିଳା ସଭାପତି
1 min readଥିରୁଅନନ୍ତପୁରମ: ପାଖଉଛି ନିର୍ବାଚନ, କୁହୁଳୁଛି କଂଗ୍ରେସ । ଖାଲି ଦିଲ୍ଲୀରେ ନୁହେଁ କଂଗ୍ରେସ ଦଳରେ ପ୍ରାୟ ରାଜ୍ୟ ନେତୃତ୍ୱକୁ ନେଇ ଲାଗି ରହିଛି ଦଳୀୟ ଅର୍ନ୍ତଦ୍ୱନ୍ଦ୍ୱ । ନିର୍ବାଚନ ବେଳେ ଦଳରେ ଏଭଳି ଅସନ୍ତୋଷକୁ ପ୍ରଶମିତ କରିବାକୁ ହାଇକମାଣ୍ଡ ତ ପ୍ରୟାସ କରୁଛନ୍ତି କିନ୍ତୁ ଫଳ କିଛି ମିଳୁନାହିଁ । ଏହାର ତାଜା ଉଦାହରଣ ଦେଖିବାକୁ ମିଳିଛି ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା କେରଳରେ । ଦଳୀୟ ଟିକେଟ୍ ନ ମିଳିବା ଯୋଗୁଁ କେରଳ ମହିଳା କଂଗ୍ରେସ ସଭାପତି ଲଥିକା ସୁବାସ ଦଳରୁ ଇସ୍ତଫା ଦେବା ସହ ପ୍ରତିବାଦ ସ୍ୱରୂପ ଲଣ୍ଡା ହୋଇ ଯାଇଛନ୍ତି ।
Kerala Mahila Congress chief Lathika Subhash gets her head tonsured in front of the party office in Thiruvananthapuram in protest after being denied the party ticket for Assembly elections.
"I am not joining any party but I'll resign from my post," she says. pic.twitter.com/FWme31IEdU
— ANI (@ANI) March 14, 2021
ଲଥିକା କେରଳର ଇତିମାନୁର ବିଧାନସଭା ଆସନରୁ ଦଳୀୟ ଟିକେଟ୍ ପାଇଁ ଆଶାୟୀ ଥିଲେ । ଯେତେବେଳେ ଦଳ ଟିକେଟ ଦେବାକୁ ମନା କଲେ ତ ଅସନ୍ତୁଷ୍ଟ ଲଥିକା ଇସ୍ତଫା ଦେଇଥିଲେ । ଆଉ ନିଜ ରାଗକୁ ସମ୍ଭାଳି ନପାରି ପ୍ରତିବାଦ ସ୍ୱରୂପ ଲଣ୍ଡା ହୋଇ ଯାଇଥିଲେ । ୫୫ ବର୍ଷୀୟା ଲଥିକା କଂଗ୍ରେସ ମୁଖ୍ୟାଳୟ ସମ୍ମୁଖରେ ଏଭଳି ପ୍ରତିବାଦ କରିଛନ୍ତି ।
ସେ ଅଭିଯୋଗ କରିଛନ୍ତି- ଦଳ ପାଇଁ ଲଗାତାର କାମ କରୁଥିବା ମହିଳାଙ୍କୁ କଂଗ୍ରେସ ଦୀର୍ଘ ବର୍ଷ ହେଲା ଅବେହଳା କରି ଆସୁଛି । କଂଗ୍ରେସ କେରଳ ଲାଗି ୮୬ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଥିବା ବେଳେ ସେଥିରେ କେବଳ ୯ ଜଣ ମହିଳାଙ୍କୁ ସୁଯୋଗ ଦିଆଯାଇଛି । ଲଥିକା ଦଳରୁ ଇସ୍ତଫା ଦେଇଥିବା ବେଳେ ନିକଟ ଭବିଷ୍ୟତରେ ଅନ୍ୟ କୌଣସି ଦଳରେ ଯୋଗଦେବେ ନାହିଁ ବୋଲି କହିଛନ୍ତି । ବରଂ ସେ ଇତିମାନୁର ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କହିଛନ୍ତି ।