ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା, କିଟ୍ ନଥିବାରୁ ୪ ଦିନ ହେଲା ଟେଷ୍ଟିଂ ବନ୍ଦ

ରାଉରକେଲା: ରାଉରକେଲା ସହରରେ ବଢ଼ୁଛି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା । ଏବେ ଡେଙ୍ଗୁ ସଂକ୍ରମିତଙ୍କ ସଂଖ୍ୟା ୪୭୫କୁ ବୃଦ୍ଧି ପାଇଛି । ରାଉରକେଲା ସରକାରୀ ଡାକ୍ତରଖାନାରେ ୧୪ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ଦିନକୁ ଦିନ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ୪ ଦିନ ହେଲା ଟେଷ୍ଟିଂ ବନ୍ଦର ରହିଛି ।
ଗତ ୪ ଦିନ ହେଲା ଡେଙ୍ଗୁ ଟେଷ୍ଟ ବନ୍ଦ ରହିଥିବା ରାଉରକେଲା ସରକାରୀ ଡାକ୍ତରଖାନାର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଡେଙ୍ଗୁ ଚିହ୍ନଟ କରିବା ପାଇଁ ଆବଶ୍ୟକ ଥିବା କିଟ୍ ମହଜୁଦ ନଥିବାରୁ ୪ ଦିନ ହେଲା ଡେଙ୍ଗୁ ଟେଷ୍ଟ ହୋଇ ପାରୁନାହିଁ । ଲକ୍ଷଣ ଦେଖି ରୋଗୀଙ୍କୁ ଡେଙ୍ଗୁ ୱାର୍ଡରେ ଭର୍ତ୍ତି କରାଯାଉଛି । ପ୍ଲେଟଲେଟ୍ ହ୍ରାସ ଦେଖି ଚିକିତ୍ସା କରୁଛନ୍ତି ଡାକ୍ତର ।