ରାଜ୍ୟରେ ସ୍ଥିର ଅବସ୍ଥାରେ ଅଛି ଡେଙ୍ଗୁ, ଭୁବନେଶ୍ୱରରେ ଦୈନିକ ୮୦ରୁ ୧୦୦ ମାମଲା ଆସୁଛି

ଭୁବନେଶ୍ୱର: ରାଜ୍ୟରେ ବଢ଼ିନି ଡେଙ୍ଗୁ । ସ୍ଥିର ଅବସ୍ଥାରେ ଅଛି । ଭୁବନେଶ୍ୱରରେ ଦୈନିକ ୮୦ରୁ ୧୦୦ ମାମଲା ଆସୁଛି । ସାରା ରାଜ୍ୟରେ ଦୈନିକ ୨୦୦ ମାମଲା ଆସୁଛି । ଗତ ୧୦ ତାରିଖ ରିପୋର୍ଟ ଅନୁସାରେ, ସାରା ରାଜ୍ୟରେ ୬୮ ହଜାର ୬୧୦ ଟେଷ୍ଟିଂ ହୋଇଛି । ଯେଉଁଥିରୁ ୫ ହଜାର ୯୭ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୧୩୩ ରୋଗୀ ଚିହ୍ନଟ ହୋଇଛନ୍ତି । ଡେଙ୍ଗୁ ରୋଗୀକୁ ମଶା କାମୁଡି ଅନ୍ୟ ଜଣଙ୍କୁ କାମୁଡିଲେ ଡେଙ୍ଗୁ ହୁଏ । ଯଦି ଏଡିସ ମଶା ଆଖପାଖରେ ଥିବ, ତେବେ ଡେଙ୍ଗୁ ଆଶଙ୍କା ରହିଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମହାନ୍ତି ।