କରୋନା ନେଉଛି କ୍ୟାନସର ଆକ୍ରାନ୍ତଙ୍କ ଜୀବନ, ଆଖି ବୁଜିଲେ ଆଉ ୬

1 min read

ଭୁବନେଶ୍ୱର: ସଂକ୍ରମଣ ସହ ରାଜ୍ୟରେ ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇଛି । କଟକ ଜିଲ୍ଲାର ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରୁ ୩ ଜଣଙ୍କ ଜୀବନ ଯାଇଛି । ସେପଟେ ମୟୂରଭଞ୍ଜ ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ କ୍ୟାନସରରେ ଆଖି ବୁଜିଛନ୍ତି । ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ କୋଭିଡ୍ ଜନିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୪୨କୁ ବୃଦ୍ଧି ପାଇଛି ।

କରୋନା ଆକ୍ରାନ୍ତ ୨ କ୍ୟାନସର ପୀଡ଼ିତଙ୍କ ମୃତ୍ୟୁ ହୋଇଛି । କଟକର ୮୦ ବର୍ଷୀୟ ପୁରୁଷ ଓ ମୟୂରଭଞ୍ଜର ୪୫ ବର୍ଷୀୟ କୋଭିଡ୍ ଆକ୍ରାନ୍ତ କ୍ୟାନସରରେ ଆଖି ବୁଜିଛନ୍ତି । ସେହିଭଳି ମଧୁମେହ ବା ଡାଇବେଟିସରେ ପୀଡ଼ିତ ଗଞ୍ଜାମର ୭୦ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଡାଇବେଟିସ୍ ସହ ଯକୃତ ରୋଗରେ ପୀଡ଼ିତ ଥିବା କଟକର ୪୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।

ଡାଇବେଟିସରେ ପୀଡ଼ିତ ଗଞ୍ଜାମର ୬୦ ବର୍ଷୀୟ ପୁରୁଷ ଓ ଗଞ୍ଜାମର ଅନ୍ୟ ଜଣେ ୫୩ ବର୍ଷୀୟ କୋଭିଡ୍ ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିସହ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଥିବା ବେଳେ କଟକ ଜିଲ୍ଲାରେ ୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୫୭୧ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ପାର୍ କରିଛି ।

ରାଜ୍ୟରେ ୧୦ ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା, ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ

Leave a Reply