କରୋନା ନେଉଛି କ୍ୟାନସର ଆକ୍ରାନ୍ତଙ୍କ ଜୀବନ, ଆଖି ବୁଜିଲେ ଆଉ ୬
1 min readଭୁବନେଶ୍ୱର: ସଂକ୍ରମଣ ସହ ରାଜ୍ୟରେ ବଢ଼ିବାରେ ଲାଗିଛି ମୃତ୍ୟୁସଂଖ୍ୟା । ଆଉ ୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇଛି । କଟକ ଜିଲ୍ଲାର ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମରୁ ୩ ଜଣଙ୍କ ଜୀବନ ଯାଇଛି । ସେପଟେ ମୟୂରଭଞ୍ଜ ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ କ୍ୟାନସରରେ ଆଖି ବୁଜିଛନ୍ତି । ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ କୋଭିଡ୍ ଜନିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଏଥିସହ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୪୨କୁ ବୃଦ୍ଧି ପାଇଛି ।
Regret to inform that 4 Covid positive patients passed away while under treatment in hospital.
1. Male of 70 years of Ganjam district who was also suffering from Diabetes.
2. Male of 48 years of Cuttack district who was also suffering from Chronic Liver Disease and Diabetes.
— H & FW Dept Odisha (@HFWOdisha) July 7, 2020
କରୋନା ଆକ୍ରାନ୍ତ ୨ କ୍ୟାନସର ପୀଡ଼ିତଙ୍କ ମୃତ୍ୟୁ ହୋଇଛି । କଟକର ୮୦ ବର୍ଷୀୟ ପୁରୁଷ ଓ ମୟୂରଭଞ୍ଜର ୪୫ ବର୍ଷୀୟ କୋଭିଡ୍ ଆକ୍ରାନ୍ତ କ୍ୟାନସରରେ ଆଖି ବୁଜିଛନ୍ତି । ସେହିଭଳି ମଧୁମେହ ବା ଡାଇବେଟିସରେ ପୀଡ଼ିତ ଗଞ୍ଜାମର ୭୦ ବର୍ଷୀୟ ପୁରୁଷଙ୍କ କରୋନାରେ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଡାଇବେଟିସ୍ ସହ ଯକୃତ ରୋଗରେ ପୀଡ଼ିତ ଥିବା କଟକର ୪୮ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି ।
Regret to report the demise of two Covid positive patients from cancer.
1. Male of 80 years of Cuttack district from Prostate Cancer with metastasis.
2. Male of 45 years of Mayurbhanj district from Cancer of Esophagus.
— H & FW Dept Odisha (@HFWOdisha) July 7, 2020
ଡାଇବେଟିସରେ ପୀଡ଼ିତ ଗଞ୍ଜାମର ୬୦ ବର୍ଷୀୟ ପୁରୁଷ ଓ ଗଞ୍ଜାମର ଅନ୍ୟ ଜଣେ ୫୩ ବର୍ଷୀୟ କୋଭିଡ୍ ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏଥିସହ ଗଞ୍ଜାମ ଜିଲ୍ଲାରେ କୋଭିଡ୍ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଥିବା ବେଳେ କଟକ ଜିଲ୍ଲାରେ ୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୫୭୧ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ପାର୍ କରିଛି ।
ରାଜ୍ୟରେ ୧୦ ହଜାର ଡେଇଁଲା ସଂକ୍ରମିତଙ୍କ ସଂଖ୍ୟା, ଗଞ୍ଜାମରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ