ଅଲବିଦା ଲତା ଦିଦି: ଦେଶ ଜଣାଉଛି ଶ୍ରଦ୍ଧାଞ୍ଜଳି..

3 min read

ନନ୍ଦିଘୋଷ ବ୍ୟୁରୋ: ଗୋଟେ ଯୁଗର ପରିସମାପ୍ତି  । ସଂଗୀତ ଦୁନିଆର ସରସ୍ୱତୀଙ୍କ ବିଦାୟ  । ଦେଶ ସମ୍ଭାଳିପାରୁନି କୋହ  । ଡାକୁଛି ଫେରିଆସ, ଲତା ଦିଦି..  । ଲତା ମଙ୍ଗେସକରଙ୍କ ଦେହାନ୍ତ କୋଣ ଅନୁକୋଣରେ ଥିବା ପ୍ରତିଟି ଭାରତୀୟଙ୍କୁ ମ୍ରିୟମାଣ କରିଛି  । ରାଷ୍ଟ୍ରପତିଙ୍କ ଠୁ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀ  । ଲତା ଦିଦିଙ୍କ ବିୟୋଗରେ ସଭିଏଁ ଭାବବିହ୍ୱଳ  ।

ଦିଦିଙ୍କ ଗୀତରେ ଭିନ୍ନ ଏକ ଅନୁଭୂତି 

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଲତା ମଙ୍ଗେସକରଙ୍କ ଦେହାନ୍ତରେ ଶୋକବାର୍ତ୍ତା ଜ୍ଞାପନ କରିଛନ୍ତି  । ଏହି ଖବର କେବଳ ମୋ ପାଇଁ ନୁହେଁ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଦୁଃଖଦ  । ଅନେକ ଭାଷାରେ ଅନେକ ଗୀତ ଗାଇଛନ୍ତି  । ଗୋଟେ ପରେ ଗୋଟେ ପିଢୀରେ ଭିନ୍ନ ଏକ ଅନୁଭୂତି ଆଣିଛନ୍ତି  । ଏହି ସଙ୍ଗୀତର ଚିତ୍ର ସମଗ୍ର ଭାରତରେ ଦେଖିବାକୁ ମିଳିଥାଏ  । ଯେବେ ବି ମୁଁ ଦିଦିଙ୍କ ସହ ସାକ୍ଷାତ କରିବାକୁ ଯାଇଥାଏ, ଦିଦି ପୁରା ଯୋଶର ସହ ମୋତେ ସ୍ୱାଗତ କରିଥାନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ  ।

ଶୂନ୍ୟତା ଭରିବା ସମ୍ଭବ ନୁହେଁ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରି ଲେଖିଛନ୍ତି, ଲତା ଦିଦି ଭିନ୍ନ ପ୍ରକାରର ଭାବ ଦେଉଥିଲେ  । ଦଶକ ଦଶକ ଧରି ଇତିହାସକୁ ବଦଳାଇଛନ୍ତି  । ଲତା ଦିଦି ଚାଲିଗଲେ  । ଦେଶରେ ବହୁତ ବଡ ଶୂନ୍ୟତା କରି ଚାଲିଗଲେ  । ଯାହାକୁ ଭରିହେବ ନାହିଁ  ।ଚ୍ଚଳଚିତ୍ର ବ୍ୟତୀତ ଦେଶର ପ୍ରଗତିରେ ଚିନ୍ତିତ ଥିଲେ ଲତା ମଙ୍ଗେସକର  । ସର୍ବଦା ମଜଭୁତ ଏବଂ ବିକଶିତ ଭାରତକୁ ଦେଖିବାକୁ ଚାହୁଁଥିଲେ ସେ । ମୋର ପରମ ସୌଭାଗ୍ୟ ଯେ, ଲତା ମଙ୍ଗେସକରଙ୍କ ସହ ସାକ୍ଷାତ ହୋଇଛି  । ଅନେକ କଥା ତାଙ୍କ ସହ ହୋଇଛି, ଅନେକ ଅନୂଭୁତି ରହିଛି । ସମସ୍ତ ଦେଶବାସୀ ସହ ମୁଁ ମଧ୍ୟ ଆଜି ଲତା ଦିଦିଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରୁଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

 

ବରଦାନ ସ୍ୱର

ସେହିପରି ଗୃହମନ୍ତ୍ରୀ ଅମିତ ଶାହ ଶ୍ରଦ୍ଧାଞ୍ଜଳି ଜଣାଇ ଲେଖିଛନ୍ତି, ସ୍ୱରର ସଙ୍ଗୀତ ପୁରକ ଲତା ଦିଦି ସ୍ୱରର ସାଧନାରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ  । ଏପରି ବରଦାନ ସ୍ୱର କେବଳ ଭାରତ ନୁହେଁ ସମଗ୍ର ବିଶ୍ୱବାସୀଙ୍କୁ ପ୍ରାଣରେ ସଙ୍ଗୀତର ସନ୍ଧାନ   । ଅନେକ ପିଢୀକୁ ସେ ନିଜ ପାଖରେ ରଖିଥିଲେ । ସଙ୍ଗୀତ ଜଗତରେ ତାଙ୍କର ସ୍ଥାନ ପୂରଣ କରିବା ସମ୍ଭବ ପର ନୁହେଁ  ।

କିମ୍ବଦନ୍ତୀ ଗାୟକ ଦିଦି

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଲତା ମଙ୍ଗେସକର ଜଣେ  କିମ୍ବଦନ୍ତୀ ଗାୟକ  । ତାଙ୍କ ପରଲୋକ ବିଷୟରେ ଜାଣି ମୁଁ ଗଭୀର ମର୍ମାହତ  । ସେ ‘ମେଲୋଡି କୁଇନ୍ ଅଫ୍ ଇଣ୍ଡିଆ’   । ଆମର ସାମୂହିକ ଚେତନାରେ ଏକ ଶୂନ୍ୟସ୍ଥାନ ଛାଡିଦେଇ ଚାଲିଗଲେ  । ସେ ଚୀରକାଳ ପାଇଁ ନିଜ ସଙ୍ଗୀତକୁ ନେଇ ବଞ୍ଚି ରହିବେ  । ତାଙ୍କର ବିୟୋଗରେ ମୁଁ ଗଭୀର ମର୍ମାହତ, ଶୋକ ସ୍ତପ୍ତ ପରିବାର ବର୍ଗକୁ ମୋର ସମବେଦନା ବୋଲି କହିଛନ୍ତି ନବୀନ ପଟ୍ଟନାୟକ  ।

ଭୁଲି ପାରିବିନି

ସ୍ୱର କୋକିଳା ଲତା ମଙ୍ଗେସକରଙ୍କ ବିୟୋଗରେ ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀ ଦୁଃଖ ବ୍ୟକ୍ତ କରିଛନ୍ତି   । ସେ କହିଛନ୍ତି ୬ ଫେବୃଆରୀ ସମଗ୍ର ଦେଶପାଇଁ କଳା ଦିବସ । ଲତା ଦିଦିଙ୍କ ଦେହାନ୍ତ ଖବର ମୋ ପାଇଁ ବହୁତ ବଡ଼ କ୍ଷତି ବୋଲି କହିଛନ୍ତି ହେମାମାଳିନୀ  । ତାଙ୍କ ସ୍ନେହ ଓ ପ୍ରେମ ସର୍ବଦା ମନେ ରହିବ ।

 

ଗାଇଥିବା ସମସ୍ତ ଗୀତ ପାଇଁ ଶୁଭେଛା, ଶ୍ରଦ୍ଧାଞ୍ଜଳି..

ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ବିରାଟ କୋହଲି ଶୋକବାର୍ତ୍ତା ଜଣାଇଛନ୍ତି  । ଲତା ମଙ୍ଗେସକରଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି  । ଲତା ଦିଦିଙ୍କର ବିୟୋଗ ଖବର ମୋତେ କଷ୍ଟ ଦେଇଛି  । ଲତା ମଙ୍ଗେସକରଙ୍କ ସ୍ୱର ସମସ୍ତଙ୍କୁ ନିଜର କରିଥିଲା  । ଦୁନିଆରେ କୋଣ ଅନୁକୋଣରେ ଏହି ସ୍ୱର ଅନେକ ପିଢୀକୁ ବାନ୍ଧି ରଖିଥିଲା  । ଭାରତୀୟ ସଙ୍ଗୀତ ଜଗତରେ ଗାନ କରିଥିବା ସମସ୍ତ ଗୀତ ପାଇଁ ଶୁଭେଛା, ମୁଁ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଥିବା କହିଛନ୍ତି ବିରାଟ କୋହଲି  ।

Leave a Reply